ଇସଲାମାବାଦ ୨୯।୧୦: ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ହୀନ ଉଦ୍ଦେଶ୍ୟ କାହାକୁ ଅଛପା ନୁହେଁ। ମାତ୍ର ଏହି ପଡୋଶୀ ଆତଙ୍କୀ ଦେଶ ପୂରା ଦୁନିଆକୁ ଆତଙ୍କବାଦ ନାଁରେ ଭୂଆଁ ବୁଲାଇବାକୁ ଚେଷ୍ଟା କରି ଆସିଛି। କିନ୍ତୁ ଭାରତ ସମ୍ମୁଖରେ ପାକିସ୍ତାନର ଚାଲବାଜି କାମରେ ଆସିନାହିଁ। ଏବେ ପାକିସ୍ତାନର ମନ୍ତ୍ରୀ ହିଁ ଦୁନିଆ ସାମ୍ନାରେ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି।
ପାକିସ୍ତାନର ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ସଂସଦରେ ବୟାନ ଦେଇ କହିଛନ୍ତି, ପୁଲଓ୍ଵାମା ଆକ୍ରମଣ ଇମ୍ରାନ ଖାନଙ୍କ ନେତୃତ୍ଵରେ ବଡ ସଫଳତା। ଫଓ୍ଵାଦ ଚୌଧୁରୀଙ୍କ ଏହି ବୟାନ ଦୁନିଆ ସାମ୍ନାରେ ପାକିସ୍ତାନର ମୁସ୍କିଲ ଆହୁରି ବଢିପାରେ।
wp:html/wp:html#WATCH: Pakistan's Federal Minister Fawad Choudhry, in the National Assembly, says Pulwama was a great achievement under Imran Khan's leadership. pic.twitter.com/qnJNnWvmqP
— ANI (@ANI) October 29, 2020
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବେ ପାକିସ୍ତାନର ଜଣେ ସାଂସଦ ଅୟାଜ ସାଦିକ ସଂସଦରେ କହିଥିଲେ ଯେ, ଅଭିନନ୍ଦନ ବର୍ଦ୍ଧମାନ ଯେଉଁ ସମୟରେ ପାକିସ୍ତାନରେ ଥିଲେ, ସେହି ସମୟରେ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଏହି ସମୟରେ ପାକିସ୍ତାନର ସେନା ପ୍ରମୁଖ କମର ଜାଭେଦ ବାଜଓ୍ଵାଙ୍କ ପାଦ ଥରୁଥିବା ବେଳେ ତାଙ୍କ ମଥାରେ ଝାଳ ବହୁଥିଲା।
ଏହି ଦାବିକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଫଓ୍ଵାଦ ଆଲମ। କେବଳ ଏତିକି ନୁହେଁ ସେ ବଡ ଆତ୍ମ ବିଶ୍ଵାସର ସହିତ ସଂସଦରେ କହିଛନ୍ତି, ପାକିସ୍ତାନ ଭାରତରେ ପଶି ମାରିଛି। ସେ ଏତିକିରେ ଅଟକିନଥିଲେ ଏବଂ ପାକିସ୍ତାନର ଅସଲ ଚେହେରା ଦୁନିଆ ସାମ୍ନାରେ ଖୋଲି ଦେଲେ। ଫଓ୍ଵାଦ କହିଛନ୍ତି, ପୁଲଓ୍ଵାମାରେ ଆମେ ଯେଉଁ ସଫଲତା ପାଇଛେ, ତାହା ଇମ୍ରାନ ଖାନଙ୍କ ନେତୃତ୍ଵରେ ପୂରା ଦେଶର ସଫଳତା।