ଭୁବନେଶ୍ବର: ସ୍ବାସ୍ଥ୍ୟ କ୍ଷେତ୍ରରେ ନିରବଚ୍ଛିନ୍ନ ଭାବରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଆଇଏମ୍ଏସ୍ ସମ୍ ହସ୍ପିଟାଲର ଚେଷ୍ଟା ଜାରି ରହିଛି । ପ୍ରତି କ୍ଷେତ୍ରରେ କିଭଳି ଭାବରେ ରୋଗାଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦିଆଯିବ ସେନେଇ ଡାକ୍ତର ଓ ନର୍ସ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। ଏହି ଲକ୍ଷ୍ୟ ନେଇ ଆଇଏମ୍ଏସ୍ ସମ୍ ହସ୍ପିଟାଲ୍ ଆଗେଇ ଚାଲିଛି। ଶନିବାର ହସ୍ପିଟାଲ ପରିସରରେ ଥିବା କନଫରେନ୍ସ ହଲ୍ ଠାରେ ପାଲିଏଟିଭ୍ କେୟାରର ଏକ କର୍ମଶାଳାରେ ଏହା କହିଛନ୍ତି ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ପୁଷ୍ପରାଜ ସାମନ୍ତସିଂହାର। ସୋଆ ଓ ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟର ମିଳିତ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳା ସଫଳ ଭାବରେ ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ସମ୍ ହସ୍ପିଟାଲର ସମସ୍ତ ନର୍ସ ଯୋଗଦେଇଥିଲେ ।
ମେଡିକାଲ ସୁପରିଟେଣ୍ଡେଣ୍ଟ୍ ଆହୁରି କହିଛନ୍ତି, ‘ ସମ୍ ହସ୍ପିଟାଲରେ ରୋଗୀଙ୍କୁ ଭଲ ସେବା ଯୋଗାଇଦେବା ସବୁବେଳେ ଆମର ପ୍ରାଥମିକତା ରହି ଆସିଛି, ତେଣୁ ଏଭଳି ସମୟରେ ପାଲିଏଟିଭ୍ କେୟାର ଏକ ଆଡଭାନ୍ସ ସେବା। ଏହାଦ୍ବାରା ରୋଗୀ ଏବଂ ତାଙ୍କ ପରିବାରକୁ ସେବା ସହ ସପୋର୍ଟ ଦିଆଯାଇଥାଏ। ଏହି କାର୍ଯ୍ୟକ୍ରମରେ ଅମ୍ରିତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟର ମୁଖ୍ୟ ଡାକ୍ତର ମାମି ପରିଜା, ସମ୍ ହସ୍ପିଟାଲ ନର୍ସିଂ ସୁପରିଟେଣ୍ଡେଣ୍ଟ୍ ମୀନତି ମିଶ୍ର ପ୍ରମୁଖ ଯୋଗ ଦେଇ ପାଲିଏଟିଭ୍ କେୟାର ବା ଉପସମ ସେବାର ଉପକାରିତା ଓ ଏହା ଆଜିର ସମାଜ କେତେ ଜରୁରୀ ସେନେଇ ଆଲୋଚନା କରିଥିଲେ ।