ମୁମ୍ୱାଇ ୨୬/୦୨: ନୀରବି ଗଲେ ଗଜଲ ସିଙ୍ଗର ପଙ୍କଜ ଉଧାସ । ୭୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ । ତାଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ପଙ୍କଜ ଉଧାସଙ୍କ ପରଲୋକ ନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନେକ ଶ୍ରୋତା ସୋସିଆଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି ।
wp:html/wp:html
ସେ ଲେଖିଥିବା ପୋଷ୍ଟରେ- କହିଛନ୍ତି ଅତ୍ୟନ୍ତ ଦୁଃଖର ବିଷୟ ଆମ ଗହଣରେ ଆଉ ନାହାନ୍ତି । ୨୬ ଫେବୃଆରୀ ୨୦୨୪ରେ ସକାଳ ୧୧ଟାରେ ତାଙ୍କର ଦେହାନ୍ତ ହୋଇଛି । ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପଙ୍କଜଙ୍କ ପରି ଜଣେ ଗଜଲ ଗାୟକଙ୍କ ବିଦାୟ ପ୍ରଶଂସକଙ୍କୁ ଦୁଖର ସାଗରରେ ଭସାଇ ଦେଇଛି । ସମସ୍ତେ ସୋସିଆଲ ମିଡିଆରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ସୂଚନା ଥାଉକି ଗଜଲ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ପଙ୍କଜ । ୧୯୫୧ ମେ ୧୭ରେ ଗୁଜୁରାଟରେ ଜନ୍ମ ଗ୍ରଣ କରିଥିଲେ ଏହି କଣ୍ଠଶିଳ୍ପୀ । ପିଲାଟି ବେଳୁ ଥିଲା ଥିଲା ସଂଗୀତ ପ୍ରତି ଦୁର୍ବଳତା । କିନ୍ତୁ ୧୯୮୦ ରୁ ୯୦ ଦଶକରେ ସେ ହୋଇଯାଇଥିଲେ ଫେମସ । ଅନେକ ସୁପର ହିଟ୍ ଫିଲ୍ମରେ ଗୀତ ଗାଇ ସେ ହୋଇଥିଲା ସୁପରଷ୍ଟାର ସିଙ୍ଗର । ଏହାସହ ଅନେକ ଆଲବମ୍ରେ ବି ଗାଇଛନ୍ତି ଗୀତ ।
ବଲିଉଡ଼ରେ ଚିଠି ଆଇ ହେ, ନା ଗଜରେ କି ହାରେ ସହ ଆହିସ୍ତା ଆହିସ୍ତା ଆଲବମ୍ ଥିଲା ଲୋକପ୍ରିୟ ଗୀତ । ତେବେ କୋବଳ ଗୀତ ନୁହେଁ ସେ ସମାଜ ମଙ୍ଗଳ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଅନେକ କ୍ୟାନସର ରୋଗୀଙ୍କୁ ସେ ସାହାଯ୍ୟ ବି କରୁଥିଲେ ।