ପାପୁଆ ନ୍ୟୁ ଗିନିରେ ଖଣି ଖନନକୁ ନେଇ ଗୋଷ୍ଠୀ ସଂଘର୍ଷ; ୩୦ମୃତ, ଅନେକ ଆହତ

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରୀୟ ଦେଶ ପାପୁଆ ନ୍ୟୁ ଗିନିରେ ଅଭାବନୀୟ ଘଟଣା । ଏଙ୍ଗା ପ୍ରାନ୍ତରେ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ଭୀଷଣ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ହିଂସାରେ ପ୍ରାୟ ୩୦ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ ପରେ ଅନେକ ମହିଳା ଓ ଛୋଟ ପିଲା ଘରଦ୍ବାର ଛାଡ଼ି ବାସହରା ହୋଇଛନ୍ତି ।  

ରେଡିଓ ନ୍ୟୁଜିଲାଣ୍ଡର ରିପୋର୍ଟ ଅନୁଯାୟୀ, ଆଦିବାସୀଙ୍କ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ବେଆଇନ ଖଣି ଖନନକୁ ନେଇ ହୋଇଛି । ବିବାଦ ସୁନା ଖଣିରୁ ଆରମ୍ଭ ହୋଇଥିଲା । ଦୁଇ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଝଗଡ଼ା ହୋଇଛି । ଏହି ଲଢ଼େଇ ଗତ ୪ ବର୍ଷ ହେଲା ଲାଗି ରହିଛି ବୋଲି କୁହାଯାଉଛି । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଶନିବାର ରାତିରେ ଉଗ୍ର ରୂପ ଧାରଣ କରିଥିଲା । ଖାଦାନର ନିକଟରେ ରହୁଥିବା ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଦେଇଥିଲା । ପରେ ହିଂସା ଭୟଙ୍କର ହୋଇଥିଲା । ଫଳରେ ଏଥିରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଅପରାଧିକତତ୍ତ୍ବ ପୂରା ସହରକୁ କବଜା କରିନେଇଛନ୍ତି । ପୋର୍ଗାରା ସମୁଦାୟ ସୁନା ଖଣିରେ ଉତ୍ତୋଳନ ଉପରେ ରୋକ୍ ଲଗାଇଛନ୍ତି । 

ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ୧୨୨ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଯେଉଁଥିଲେ ମୋବାଇଲ୍ ୟୁନିଟ୍ ଏବଂ ପିଏନଜି ସୁରକ୍ଷାବଳର ଯବାନ ସାମିଲ ରହିଛନ୍ତି । ସ୍ଥାନୀୟ ଆଇନଜୀବୀ ଏବଂ ଆଦିବାସୀ ସମ୍ପ୍ରଦାୟ ନେତା ଲୋକିସ ରୁଇଙ୍ଗ କହିଛନ୍ତି, ହିଂସାକାରୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ପୋଲିସ ଏବଂ ସୁରକ୍ଷାବଳ ସଂଖ୍ୟା ରହିଛି । ତେଣୁ ହିଂସା ରୋକିବାକୁ ସେମାନ ସମର୍ଥନ ନୁହନ୍ତି । ତେଣୁ ଅଧିକରୁ ଅଧିକ ସେନା ମୁତୟନ କରିବାକୁ ସେ ସରକାରଙ୍କ ନିବେଦନ କରିଛନ୍ତି ।.... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.