ଭୁବନେଶ୍ବର ୩।୪: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପାଟଣାଗଡ ଏଡିଜେ କୋର୍ଟରେ ହାଜର ହୋଇଛି । ପୁନଃ ସାକ୍ଷୀ ଦେବାକୁ କୋର୍ଟରେ ହାଜର ହୋଇଛି ପୁଞ୍ଜିଲାଲ । ପୂର୍ବରୁ ୬୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ସହ ସାକ୍ଷ୍ୟ ପ୍ରମାଣ ଦଲିଲ ଆଧାରରେ ପୁଞ୍ଜିଲାଲକୁ ୨୪୫ଟି ପ୍ରଶ୍ନ ପଚାରି ବୟାନ ରେକର୍ଡ଼ କରିଥିଲେ ଏଡିଜେ । ଗୁରୁବାର ପୁଣି ପୁଞ୍ଜିଲାଲଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି ।
ତେବେ ସରକାରୀ ଓକିଲଙ୍କ କହିବା ଅନୁସାରେ ଗୁରୁବାର ଅଭିଯୁକ୍ତ ପୁଞ୍ଜିଲାଲ ନିଜେ ନିଜ ବୟାନ ଦେଇଛି । କୋର୍ଟକୁ ସେ ନିର୍ଦ୍ଦୋଷ ଥିବା କହିଛି । ପୁଞ୍ଜିଲାଲ ଉପରେ ଲାଗିଥିବା ଦୋଷକୁ ଖଣ୍ଡନ କରିଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି । ସେହିପରି ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ କହିବା ଅନୁସାରେ ପୁଞ୍ଜିଲାଲ ନିଜର ବୟାନ ଦେଇଥିବା ବେଳେ ସେ ନିର୍ଦ୍ଦୋଷ ଥିବା କୋର୍ଟରେ କହିଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ ହେବ ବୋଲି ମଧ୍ୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା I ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା I ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I ପୁଞ୍ଜିଲାଲ ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲ ମେହେରକୁ ୨୦୧୮ ଏପ୍ରିଲ୍ ୨୫ ତାରିଖରେ ଗିରଫ କରିଥିଲା I ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।
You Can Read:
ଚଞ୍ଚକତା ପୂର୍ଣ୍ଣ ବିଲ୍ ଆଣିଛନ୍ତି ବିଜେପି ସରକାର,ଜିଦ୍ରେ ତରବରିଆ ପାସ୍ କରିଛନ୍ତି