ମଣିପୁର ହିଂସା; ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ, ରାଜ୍ୟ ବାହାରେ ଶୁଣାଣି ପାଇଁ ଗୁହାରି

Published By : Prameya-News7 Bureau | July 28, 2023 IST

ନୂଆଦିଲ୍ଲୀ: ଦିନ ଗଡ଼ୁଛି, ତାରିଖ ବଦଳୁଛି, ହେଲେ ମଣିପୁରରେ ଥମୁନି ହିଂସା । ସଂସଦରୁ ସଡ଼କ ସବୁଠି ମହୋଲ ଗରମ । ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଗର୍ଜନ କରୁଛନ୍ତି । ସଂସଦରେ ବିରୋଧ ପ୍ରଦର୍ଶନର ନୂଆ ନୂଆ ତରିକା ଆପଣାଉଛନ୍ତି ବିରୋଧୀ  । ସେପଟେ ସୁପ୍ରିମକୋର୍ଟ ମଧ୍ୟ ଆକ୍ସନ ମୋଡରେ ଆସିଛନ୍ତି । ମଣିପୁର ହିଂସା ମାମଲାରେ କେନ୍ଦ୍ର ସରକାରଙ୍କୁ ଚେତବନୀ ଦେବା ସହ ମାମଲାରେ ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କୁ ରାସ୍ତାରେ ବିବସ୍ତ୍ର କରି ଚଲାଇବା ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏଣ୍ଟ୍ରି କରିବା ପରେ ମାମଲା ଏକ ନୂଆ ମୋଡ ନେଇଛି । ଅନ୍ୟପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ବାହାରେ ଟ୍ରାଏ ପାଇଁ ଗୁହାରି କରିଛନ୍ତି ।

wp:embed {"url":"https://www.prameyanews7.com/opposition-alliance-india-mps-will-visit-manipur-will-take-stock-of-violence-affected-areas/","type":"wp-embed","providerNameSlug":"prameya-news-7"}
https://www.prameyanews7.com/opposition-alliance-india-mps-will-visit-manipur-will-take-stock-of-violence-affected-areas/
/wp:embed

ମଣିପୁରରେ ୮୬ ଦିନ ହେଲା ହିଂସା ଜାରି ରହିଛି । ଏହାରି ଭିତରେ ଗୁରୁବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି, ଦୁଇ ମହିଳାଙ୍କୁ  ବିବିସ୍ତ୍ର କରି ରାସ୍ତାରେ ପରେଡ୍ କରିବା ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦିଆଯାଇଛି । ଏନେଇ ଗୃହମନ୍ତ୍ରାଳୟର ସଚିବ ସଞ୍ଜୟ କୁମାର ଭଲ୍ଲା ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖନ କରିଛନ୍ତି । ଯେଉଁଥିରେ ସମୟବୃଦ୍ଧି ଉପାୟର ଶୁଣାଣି ପୂରା କରିବା ପାଇଁ ମାମଲାକୁ ମଣିପୁରରୁ ବାହାରକୁ ସ୍ଥାନାନ୍ତରଣ କରିବାକୁ ଗୁହାରି କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରାଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ମଣିପୁରରେ ଶାନ୍ତି ଫେରୁଛି । ଉଭୟ କୁକି ଓ ମୈତେଇ ସମ୍ପ୍ରଦାୟ ସହ ଆଲୋଚନା କରାଯାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।  ।

wp:embed {"url":"https://www.prameyanews7.com/cbi-will-investigate-manipur-viral-video-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cbi-will-investigate-manipur-viral-video-case/
/wp:embed

ଗତ ସପ୍ତାହରେ ମଣିପୁର ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ସର୍ବୋଚ୍ଚ ଅଦାଲତ କହିଥିଲେ, ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ହିଂସାରେ ମହିଲାଙ୍କୁ ବ୍ୟବହାର କରିବା ଅସାମ୍ବିଧାନିକ, ଲୋକତନ୍ତ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ । ସିଜେଆ ଜଷ୍ଟିସ୍ ଜିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ତାରିଖରେ ବା ଶୁକ୍ରବାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.