ଓଲଟିଲା ‘ସିଲ୍କ ସିଟି’ ନାମକ ଯାତ୍ରୀବାହୀ ବସ୍, ଅନେକ ଯାତ୍ରୀ ଆହତ ସୂଚନା

Published By : Prameya-News7 Bureau | March 22, 2025 IST

ଟାଙ୍ଗୀ ୨୨: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ଜାତୀୟ ରାଜପଥର ପାଇକ କୁଶଡିହ ଗାଁ ଛକ ନିକଟରେ ଓଲଟିଲା ‘ସିଲ୍କ ସିଟି’ ନାମକ ଯାତ୍ରୀବାହୀ ବସ୍ । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦ୍ରୁତ ଗତି ଓ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଯୁବଗୋଷ୍ଠୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣା ହୋଇଥିବା ବସ୍ରେ ୪୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଇଛି ।

You Can Read:

ବିହାର ଦିବସ ୨୦୨୫ : ସ୍ନେହ ମିଳନ କାର୍ଯ୍ୟକ୍ରମ ପାଳିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.