ବିଶ୍ବେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ପାଇଁ ଶେଷ ହେଲା ପତରପେଣ୍ଡି ଓ ନିର୍ବନ୍ଧ କାର୍ଯ୍ୟକ୍ରମ

Published By : Prameya-News7 Bureau | May 29, 2025 IST

ବିନିକା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଶ୍ବେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ପାଇଁ ପତରପେଣ୍ଡି ଓ ନିର୍ବନ୍ଧ କାର୍ଯ୍ୟକ୍ରମ ବୈଦିକ ରୀତିନୀତି ଅନୁସାରେ ଶେଷ ହୋଇଛି l ଏହି ଅବସରରେ ବରପକ୍ଷ ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏଥିରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ସାମିଲ ହୋଇ ମାତା ପାର୍ବତୀଙ୍କ ଉପହାର, ସୁସ୍ୱାଦ ମିଷ୍ଟାନ୍ନ, ବିଭିନ୍ନ ପ୍ରକାରର ସାମଗ୍ରୀ ଧରି ହରିବୋଲ, ହୁଳହୁଳି, ଘଣ୍ଟ, ଶଙ୍ଖ ଧ୍ୱନୀରେ ସହର ପରିକ୍ରମା ସାରି ଗୋପାଳଜୀ କଲ୍ୟାଣ ମଣ୍ଡପକୁ ପହଞ୍ଚିଥିଲେ । ସେଠାରେ ପୁରୋହିତଙ୍କ ମନ୍ତ୍ରପାଠ ପରେ ପତରପେଣ୍ଡି ଓ ନିର୍ବନ୍ଧ କାର୍ଯ୍ୟ ଆଡମ୍ବର ପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା l  

ବିଶ୍ବେଶ୍ୱର ବାବାଙ୍କ ପିତା-ମାତାଙ୍କ ତରଫରୁ ପାର୍ବତୀଙ୍କ ପାଇଁ ଅଳଙ୍କାର ଉପହାର, ନୂଆ ବସ୍ତ୍ର, ବିଭିନ୍ନ ପ୍ରକାରର ସାମଗ୍ରୀ ଦିଆଯାଇଥିଲା । କନ୍ୟାପକ୍ଷ ସେହିସବୁ ଉପହାରକୁ ନେଇ ଦେବୀ ପାର୍ବତୀଙ୍କ ଠାରେ ସଜ୍ଜିତ କରିଥିଲେ । ଜୟ ଜୟ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇଥିଲା । ପରେ ବରପକ୍ଷ ପକ୍ଷରୁ ଆସିଥିବା ଭକ୍ତଙ୍କୁ ପ୍ରସାଦ ସେବନରେ ବ୍ୟବସ୍ଥା କରାଯାଇଥିଲା ।

You Can Read:

ବାଙ୍କୋ ପଥର ଖଣିରୁ ଲୁଟ୍ ବିସ୍ଫୋରକର ଟେର୍ ପାଉନି ପୋଲିସ, ତଦନ୍ତ ଆରମ୍ଭ କଲା NIA ଟିମ୍‌

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.