ଆଠଗଡ଼ ୨୬।୦୧ : ପରେଡ୍ରେ ଅଂଶଗ୍ରହଣ କରିବାକୁ ଯାଉଥିଲେ, ଅଧାରାସ୍ତାରେ ଓଲଟିଲା ପିକ୍ଅପ୍ ଭ୍ୟାନ । ଯେଉଁଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ବାଙ୍କି ଥାନା ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲର ଗଣତନ୍ତ୍ର ଦିବସ ସାରି ସରଣ୍ଡା ପରେଡ୍ ଗ୍ରାଉଣ୍ଡକୁ ଯାଉଥିଲେ । ସେଠାରେ ଛାତ୍ରଛାତ୍ରୀମାନେ ହେବାକୁ ଥିବା ପରେଡ୍ରେ ଅଂଶଗ୍ରହଣ କରିଥାନ୍ତେ । ହେଲେ ନଟିଆ ବର ନିକଟରେ ଭାରସାମ୍ୟ ହରାଇ ଭ୍ୟାନ୍ଟି ଓଲଟି ପଡିଥିଲେ । ଯେଉଁଥିରେ ଥିବା ୨୩ ଜଣ ପିଲା ଆହତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା କଟକ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ କଟକ ଯିବା ରାସ୍ତାରେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି । ସେପଟେ ଆଠଗଡ଼ ଡାକ୍ତରଖାନାରେ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର ମଲ୍ଲିକ, ତହସିଲଦାର କ୍ଷେତ୍ର ମୋହନ ସ୍ୱାଇଁ ପହଞ୍ଚି ଘଟଣା ସଂପର୍କରେ ଅନୁଧ୍ୟାନ କରିଛନ୍ତି ।
ସରକାରଙ୍କ ଭୁଲ ପାଇଁ ଶାହରୁଖଙ୍କୁ ଫାଇଦା, ମନ୍ନତ ପାଇଁ ଅଭିନେତାଙ୍କୁ ମିଳିବ ୯ କୋଟି