ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟ ପାଇଁ ଘୋଷଣା କଲେ ୧୩,୫୦୦ କୋଟିର ପ୍ରକଳ୍ପ

Published By : Prameya-News7 Bureau | October 01, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତେଲଙ୍ଗାନା ଗସ୍ତରେ ଅଛନ୍ତି । ଏଠାରେ ମହବୁବ ନଗରଠାରେ​‌ ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ପିଏମ ମୋଦୀ। ତେବେ ଶିଳାନ୍ୟାସ ପରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି।

ପିଏମ ମୋଦୀ କହିଛନ୍ତି ଏହି ବିକାଶମୂଳକ ପ୍ରକଳ୍ପ ଦ୍ବାରା ରାଜ୍ୟରେ ରୋଜଗାରର ଅବସରରେ ମିଳିବ। ତେଲଙ୍ଗାନା ଭଳି ରାଜ୍ୟରେ ସଡ଼କ ଏବଂ ରେଳ ଯୋଗାଯୋଗର ଖୁବ୍‌ ଆବଶ୍ୟକତା ରହିଛି। ଆମେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ପାସ୍ କରି ଆମେ ନବରାତ୍ରି ପୂର୍ବରୁ ହିଁ ଶକ୍ତିର ଭାବକୁ ସ୍ଥାପିତ କରିଛୁ।

ସମ୍ବୋଧନ ଅବସରରେ ପିଏମ ମୋଦୀ କହିଛନ୍ତି, ‘‘ତେଲେଙ୍ଗାନାରେ ଅନେକ ମହତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି। ଏହାଦ୍ବାରା ଏଠିକାର ଉତ୍ସବର ରଙ୍ଗ ଆହୁରି ଖେଳି ଉଠିବ। ତେଲେଙ୍ଗାନାର ଲୋକଙ୍କ ପାଇଁ ୧୩୫୦୦ କୋଟି ଟଙ୍କାର ଯୋଜନା, ଭିନ୍ନ ଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି। ଏଭଳି ଅନେକ ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ଯାହାଦ୍ବାରା ଏଠିକାର ଲୋକଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଏହାଫଳରେ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟକୁ ଯାଆସ ସହଜ ହେବ।’’

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ମନ୍ତ୍ର, ଅଙ୍କିତ ବାୟାନପୁରିଆଙ୍କ ସହ ନିଜେ କଲେ ସଫେଇ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଦେଶର ଅନେକ ପ୍ରମୁଖ ଅର୍ଥନୀତିକ କରିଡର ତେଲଙ୍ଗାନାରୁ ହୋଇ ଯାଉଛି। ଏହି କରିଡର ତେଲଙ୍ଗାନାର ବିକାଶରେ ଅନେକ ସହଯୋଗ କରିବେ। ଭାରତ ହଳଦୀ ଉତ୍ପାଦକ ଏବଂ ରପ୍ତାନୀକାରୀ ଦେଶ। ତେଲଙ୍ଗାନାର ଚାଷୀ ମଧ୍ୟ ବଡ଼ ଆକାରରେ ହଳଦୀ ଉତ୍ପାଦନ କରିଥାନ୍ତି। କରୋନା ପରେ ହଳଦୀକୁ ନେଇ ସଚେତନତା ମଧ୍ୟ ବଢ଼ିଛି। କେନ୍ଦ୍ର ସରକାର ହଳଦୀ ଚାଷୀଙ୍କ ହିତ ପାଇଁ ନାସନାଲ ଟର୍ମରିକ​‌ ବୋର୍ଡ ଗଠ ନର ନିର୍ଣ୍ଣୟ କରିଛନ୍ତି।

ଏହି ଅବସରରେ ଆଉ ଏକ ବଡ଼ ଘୋଷଣା କରିବା ସହ କହିଛନ୍ତି ଯେ, ଭାରତ ସରକାର ରାଜ୍ୟର ମୁଲୁଗୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ କରିବେ। କେନ୍ଦ୍ର ସରକାର ଏଥିପାଇଁ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.