କଳାହାଣ୍ଡି ୦୫।୦୪ : ପୋଲିସ ଏବଂ ସାଧାରଣ ଜନତା ମୁହାଁମୁହିଁ । ଥାନା ଘେରାଉ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ଜନତା। କଳାହାଣ୍ଡି ଜିଲ୍ଲା ଥୂଆମୂଳ-ରାମପୁର ଥାନା ଏପରି ସ୍ଥିତି ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଥାନା ଡୁମେରପଦର ଗାଁର ଦିପେନ୍ଦ୍ର ନାଏକ ଏବଂ ଫିରୋଜ ନାଏକଙ୍କୁ ବାଗଡ଼ିଆଣି ଛକରେ ଦାବିରୀଗୁଡ଼ାର ମଣ୍ଟୁ ନାଏକ ଓ ଉମାଶଙ୍କର ନାଏକ ପଛ ପଟୁ ଧକ୍କା ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ଫିରୋଜଙ୍କର ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣାରେ କ୍ଷତିପୂରଣ ଦାବି ଏବଂ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଡୁମେରପଦର ଗ୍ରାମବାସୀମାନେ ଥୁଆମୂଳ-ରାମପୁର ଥାନା ଘେରାଉ କରିଥିଲେ । ଉତ୍ୟକ୍ତ ଲୋକଙ୍କୁ ପୋଲିସ ଏବଂ ତହସିଲଦାର ବୁଝାଶୁଝା କରିଥିଲେ । କିନ୍ତୁ ସେମାନେ ନିଜ ଜିଦ୍ରେ ଅଟଳ ରହିଥିଲେ । ଏପିରିକି ଥାନା ଉପରକୁ ପଥର ମାଡ଼ କରିଥିଲେ । ଯାହାଦ୍ୱାରା କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଘଟଣାକୁ ନେଇ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ବର୍ତ୍ତମାନ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।
ଟ୍ରମ୍ପ ଟାରିଫ୍ ନେଇ ବିଶ୍ୱ ଅର୍ଥନୀତି ହୁଲ୍ସ୍ତୁଲ୍, ଚଳିତବର୍ଷ ଘାରିବ ମାନ୍ଦାବସ୍ଥା