ଏବେବି ସସ୍‌ପେନ୍ସରେ ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ୟା ମାମଲା, କାରଣ ପାରିବାରିକ ବିବାଦ ନା ଆଉ କିଛି…

Published By : Prameya-News7 Bureau | February 16, 2025 IST

ଢେଙ୍କାନାଳ ୧୬।୦୨ : ଢେଙ୍କାନାଳ ସଦର ଥାନା ଚାଉଳିଆ ଖମାର ଗାଁରେ ତିନି ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ଏହି ଆତ୍ମହତ୍ୟା ଘଟଣାକୁ ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ଯାହାକି ପୁରା ଅଞ୍ଚଳରେ ଖେଳାଇଦେଇଛି ଚାଞ୍ଚଲ୍ୟ । 

ଗୋଟିଏ ପରିବାରର ଏକା ଥରକେ ତିନି ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଢେଙ୍କାନାଳରେ ଚାଞ୍ଚଲ୍ୟ ଖେଳାଇଛି। ଢେଙ୍କାନାଳ ସଦର ଥାନା ଚାଉଳିଆ ଖମାର ଗାଁରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ପରିବାରର ଆର୍ଥିକ ସ୍ଥିତି ସେତେ ଖରାପ ନଥିବା ବେଳେ ଗୋଟିଏ ପରିବାର ବାପ ଝିଅ ଏବଂ ନାତି ତିନିଜଣଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା ଅନେକ ପ୍ରଶ୍ନ ଠିଆ କରିଛି। ଦୀର୍ଘ ୨୫ବର୍ଷ ହେଲା ଘରକୁ ଆସୁନଥିବା ମୃତ ଶଙ୍କର୍ଷଣଙ୍କ ପୁଅ ଏବଂ ସାନ ଝିଅ ଏହି ଖବର ପାଇ ଘରକୁ ଆସିଛନ୍ତି। ଆଉ ପରିବାର ମଧ୍ୟରେ ବିବାଦ ଥିବା ସେମାନଙ୍କ ଠାରୁ ଜଣାପଡିଛି। ପ୍ରଶ୍ନ ଉଠୁଛି ଏକା ଥରକେ ତିନି ତିନି ଜଣ କାହିଁକି ଆତ୍ମହତ୍ୟା କଲେ ? ଯଦି ହତ୍ୟା ତେବେ କାହିଁକି ଓ କିଏ କଲା ହତ୍ୟା ? ଗତ ବୁଧବାର ରାତିରୁ ଏହି ଘଟଣା ଘଟିଥିବା ବେଳେ ମୃତ ଶଙ୍କର୍ଷଣଙ୍କ ପତ୍ନୀ କାହିଁକି ଘଟଣା ସଂପର୍କରେ କାହାକୁ ଜଣାଇନଥିଲେ ? ଏପରି ଅନେକ ପ୍ରଶ୍ନ ଏହି ମୃତ୍ୟୁ ଘଟଣାକୁ ନେଇ ଦ୍ଵନ୍ଦ୍ବରେ ପଡିଛି ପୋଲିସ । ଏହି ଘଟଣାରେ ପୋଲିସ ଫରେନସିକ ଟିମ୍ ସହାୟତାରେ ଛାନ୍ ଭିନ୍ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.