ବାରମ୍ବାର ଚଢାଉ ସତ୍ତ୍ବେ ବେଆଇନ ବାଲି ଚାଲାଣ, ୬ଟି ଟ୍ରାକ୍ଟର ଜବତ

Published By : Prameya-News7 Bureau | March 20, 2025 IST

ଆନନ୍ଦପୁର ୨୦ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଣା-ସମଣା ରାସ୍ତା ବରାଙ୍ଗ ଛକ ନିକଟରୁ ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି । ୬ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି ପୋଲିସ । ବାରମ୍ବାର ଚଢାଉ ସତ୍ତ୍ୱେ କିଛି ଅମାନିଆ ଟ୍ରାକ୍ଟର ଯୋଗେ ନିୟମିତ ବାଲି ପରିବହନ କରୁଥିବା ଖବର ପାଇଥିଲା ପୋଲିସ । 

ବୁଧବାର ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ । ନନ୍ଦିପଦା ଥାନା ଇନ୍ସପେକ୍ଟର ରବୀନ୍ଦ୍ର ପାତ୍ରଙ୍କ ନେତୃତ୍ଵରେ ଏହି ଚଢ଼ାଉ କରାଯାଇଥିଲା । ବରାଙ୍ଗ ଛକ ନିକଟରୁ ବାହାରିପୁର ମଧ୍ୟରେ ଏହି ଗାଡିଗୁଡିକୁ ଜବତ କରିଥିଲା ପୋଲିସ । ଜବତ ଗାଡି ଚାଳକ ମାନେ ଦୌଡି ପଳାଇବାରୁ ଅନ୍ୟ ଚାଳକଙ୍କ ଦ୍ୱାରା ସେଗୁଡିକୁ ନନ୍ଦିପଦା ଥାନା ପରିସରକୁ ଅଣାଯାଇ ୬ଟି ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

You Can Read:

ଶହେ ବର୍ଷରୁ ଅଧିକ ବର୍ଷର ଅଟ୍ଟାଳିକାରେ ପୁନଃ ନିର୍ମାଣ, ସ୍ଥିତାବସ୍ଥା ବଜାୟ ନିର୍ଦ୍ଦେଶକୁ ଅମାନ୍ୟ




 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.