ଭଦ୍ରକ ୨୦।୩: ଦୀର୍ଘ ଶହେ ବର୍ଷରୁ ଅଧିକ ବର୍ଷର ଅଟ୍ଟାଳିକା । ଏଥିରେ ପୁନଃ ନିର୍ମାଣକୁ ନେଇ ପ୍ରତିବାଦ । ଶତାଧିକ ଲୋକଙ୍କ ଜୀବନ ଜୀବିକାକୁ ବିପଦ ଥିବା ଅଭିଯୋଗ ଆଣିଲେ ଅଂଶୀଦାର । ଏହି ଭବନରେ ଶହେରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ସହରର ବଙ୍କସାହି ଛକ ନିକଟରେ ଥିବା ବିଳାସିନୀ ଭବନ ଦୀର୍ଘ ଶହେ ବର୍ଷ ହେବ ରହି ଆସିଛି । ଏହି ଭବନରେ ଶହେରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । କିନ୍ତୁ ଏହି ଭବନର ଜନୈକ ଅଂଶୀଦାର ବିନା ଅନୁମତିରେ କୋଠାଘର ଉପରେ ପୁଣି ନିର୍ମାଣ ଆରମ୍ଭ କରୁଛନ୍ତି । ଘଟଣାକୁ ନେଇ ଅନ୍ୟ ଅଂଶୀଦାର ମାନେ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ସ୍ଥିତାବସ୍ଥା ବଜାୟ ରହିବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ନିର୍ମାଣ କରୁଥିବା ବ୍ୟକ୍ତି ସେହି ନିର୍ଦ୍ଦେଶକୁ ମାନୁ ନଥିବା ଅଭିଯୋଗ ହୋଇଛି । ତେବେ ଏହି ନିର୍ମାଣକୁ ନେଇ ପୌରପାଳିକା, ପୋଲିସ ଓ ଟାଉନ୍ ପ୍ଲାନିଂକୁ ମଧ୍ୟ ଅବଗତ କରାଯାଇଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେଣୁ ଏହି ଭବନରେ ଥିବା ବ୍ୟବସାୟିକ ଅନୁଷ୍ଠାନ, କର୍ମଚାରୀ ଓ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଘଟଣାକୁ ନେଇ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।
You Can Read:
ଓଡ଼ିଶାରେ ରହିଛି ଭରପୁର ସୁନା ଖଣି, ଏହିସବୁ ଜିଲ୍ଲାରେ ଥିବା ନେଇ ସୂଚନା ଦେଲେ ମନ୍ତ୍ରୀ