ଭୁବନେଶ୍ୱର ୨୮/୦୨: ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି। ମାତ୍ର ୬୬ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଚିରନିଦ୍ରାରେ । ଏଭରଗ୍ରୀନ ଷ୍ଟାରଙ୍କୁ ହରାଇ ଶୋକର ବୁଡିଛି ସାରା ଓଲିଉଡ୍ । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଗତ ୮ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା ।
ଉତ୍ତମ ବିୟୋଗରେ ପ୍ରତିକ୍ରିୟା ରଖିଛନ୍ତି ସିନେ ପ୍ରଯୋଜକ ଓ ନିର୍ଦେଶକ ପ୍ରଦ୍ୟୁମ୍ନ ଲେଙ୍କା । ସେ କହିଛନ୍ତି ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କୁ ଯଦି କେହି ଅତି ନିକଟରୁ ଜାଣିଥିଲେ, ସେ ହେଉଛି ମୁଁ । କାରଣ ଓଲିଉଡ୍ରେ ଅଭିନୟର ଟ୍ରେଣ୍ଡ ବଦଳାଇଥିଲେ ଉତ୍ତମ । ସେ ଆହୁରି କହିଥିଲେ କି, ଆମେ ସମ ବୟସ୍କ । ଉଭୟେ ସାଙ୍ଗ ହୋଇ ଅନେକ ସିନେମାରେ ଅଭିନୟ କରିଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ମଧ୍ୟ ଥିଲା । ଆଗକୁ ବି ଯାତ୍ରା ଜାରିରହିଥାନ୍ତା, ହେଲେ ଅଧାରୁ ଡାକିନେଲେ ଭଗବାନ । କାରଣ ବୋଧହୁଏ ଭଗବାନ ଆମଠାରୁ ଅଧିକ ଭଲ ପାଉଥିଲେ ଉତ୍ତମ ମହାନ୍ତିଙ୍କୁ ।