ଭୁବନେଶ୍ବର ୩।୫: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ । ନାଁ ନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ୍ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଆମ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି ଅଛି । କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ ଯେ କେଉଁଠି ଧାମ ତିଆରି କରିବା କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା କି କେଉଁ ସମୁଦ୍ରର ନାମକରଣ କରିବା । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ଅଛି । ହିନ୍ଦୁ ସଂସ୍କୃତି, ପରମ୍ପରାକୁ ଯିଏ ଯେବେ ଛେଡଖାନି କରିଛି, ସିଏ ତାର ଫଳ ଭୋଗିଛି । ଏବେ ଯିଏ ଛେଡଖାନି କରୁଛି, ତାର ଫଳ ଭୋଗିବାକୁ ଅପେକ୍ଷା ଅଛି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
You Can Read:
ଶୁକ୍ରବାର ରାତିରେ ଲାଗିଥିଲା ଝଗଡ଼ା, ସକାଳୁ ସକାଳୁ ଶାଶୁଙ୍କ ତଣ୍ଟିଚିପି ମାରିଦେଲା ବୋହୂ