' ଅପରେସନ ସିନ୍ଦୂର ' ପରେ ପ୍ରୀତି ଜିଣ୍ଟାଙ୍କ ମହତ ଦାନ , ସହିଦ ଯବାନଙ୍କ ପରିବାର ପାଇଁ ଦେଲେ ୧.୧୦ କୋଟି

Published By : Prameya-News7 Bureau | May 25, 2025 IST

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆର୍ମି ୱାଇଭ୍ସ ୱେଲଫେୟାର ଆସୋସିଏସନ ପାଇଁ ୧.୧୦ କୋଟି ଟଙ୍କା ଦାନ କରିଛନ୍ତି। ପ୍ରୀତି ଜିଣ୍ଟାଙ୍କ ଏହି ଅବଦାନ ପଞ୍ଜାବ କିଙ୍ଗ୍ସର ସିଏସଆର ଆକ୍ଟିଭିଟି ଅନୁସାରେ କରାଯାଇଛି। ପ୍ରୀତି ଜିଣ୍ଟାଙ୍କ ଅବଦାନ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ପତ୍ନୀ ଓ ପିଲାଙ୍କ ସମର୍ଥନ ପାଇଁ କରାଯାଇଛି। ଶନିବାର ଜୟପୁରରେ ହୋଇଥିବା ଏକ ଇଭେଣ୍ଟରେ ପ୍ରୀତି ଜିଣ୍ଟା କହିଛନ୍ତି ଯେ, ଆମ ସୈନିକଙ୍କ ସାହସୀ ପରିବାରର ସମର୍ଥନ କରିବା ତାଙ୍କ ପାଇଁ ସମ୍ମାନ ଓ ଦାୟିତ୍ୱର କଥା ଉଭୟ।

ଶନିବାର ଜୟପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଉଥ୍‌ ୱେଷ୍ଟର୍ଣ୍ଣ କମାଣ୍ଡର ଆର୍ମି କମାଣ୍ଡର, ଶପ୍ତ ଶକ୍ତି AWWAର ରିଜନାଲ ଅଧ୍ୟକ୍ଷ ଓ ଅନେକ ସେନା ପରିବାର ଉପସ୍ଥିତ ଥିଲେ। ଏହି ଇଭେଣ୍ଟରେ ପ୍ରୀତି ଜିଣ୍ଟା କହିଥିଲେ , ଆମର ସୈନିକଙ୍କ ସାହସୀ ପରିବାରର ସମର୍ଥନ କରିବା ସମ୍ମାନ ଓ ଦାୟିତ୍ୱ ଉଭୟ। ଆମେ ନିଜର ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇ ଥିବା ବଳିଦାନର ମୂଲ୍ୟକୁ ଫେରେଇ ପାରିବା ନାହିଁ , କିନ୍ତୁ ଆମେ ତାଙ୍କ ପରିବାର ସହ ଠିଆ ହୋଇ ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରି ପାରିବ। ଆମେ ନିଜର ସୈନିକଙ୍କ ଉପରେ ଗର୍ବିତ ଏବଂ ଆମେ ରାଷ୍ଟ୍ର ଓ ଏହାର ବାହାଦୂର ସୈନିକଙ୍କ ପ୍ରତି ନିଜର ସମର୍ଥନରେ ସ୍ଥିର ଅଛୁ। 

ଉଲ୍ଲେଖନୀୟ ଯେ, ପ୍ରୀତି ଜିଣ୍ଟା ବଲିଉଡ୍‌ର ସଫଳ ହିରୋଇନଙ୍କ ମଧ୍ୟରେ ଜଣେ। ହେଲେ ଦୀର୍ଘ ଦିନରୁ ସେ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ଏବେ ସେ ସନି ଦେଓଲଙ୍କ ଫିଲ୍ମ ' ଲାହୋର ୧୯୪୭' ରୁ ନିଜର କମବ୍ୟାକ୍‌ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଫିଲ୍ମ ଆମିର ଖାନଙ୍କ ପ୍ରଡକ୍ସନ ହାଉସ୍‌ ଦ୍ୱାରା ପ୍ରଡ୍ୟୁସ୍‌ କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.