ପାରିବାରିକ କଳହରୁ ନାବାଳିକା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ, ମୃତ୍ୟୁ ପୂର୍ବରୁ ରେକର୍ଡ ବୟାନର ଯାଞ୍ଚ

Published By : Prameya-News7 Bureau | August 12, 2025 IST

ସମ୍ବଲପୁର ୧୨।୮: ବରଗଡ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଅନ୍ତର୍ଗତ ଫିରିଙ୍ଗିମାଲରେ ଜଣେ ନାବାଳିକା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଘଟଣାରେ ପୋଲିସ ଖୋଜୁଛି ଆତ୍ମହତ୍ୟା ପଛର କାରଣ l ତେବେ ପାରିବାରିକ କଳହରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି l ଏହି ଆତ୍ମହତ୍ୟା ପଛରେ ଆଉ କ’ଣ ରହସ୍ୟ ରହିଛି, ନା କିଏ ଆତ୍ମହତ୍ୟା ପାଇଁ ଉସକାଇଥିଲା, ନାବାଳିକାଙ୍କୁ ପେଟ୍ରୋଲ କିଏ ଯୋଗାଇଲା ଏଭଳି ଅନେକ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି l 

ଏହାସହ ଆଇଜିଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ବିଭାଗର ୬ଟି ତଦନ୍ତକାରୀ ଟିମ୍ ଏହି ଘଟଣାର ଛାନଭିନ କରୁଥିବା ନେଇ ସୂଚନା ରହିଛି l ନାବାଳିକାଙ୍କ ମୃତ୍ୟୁ ପୂର୍ବରୁ ପୋଲିସ ଭିଡିଓ ବୟାନ ରେକର୍ଡ କରିଛି l ନିଆଁ ଲାଗିବା ପରର ଏକ ଭାଇରାଲ ଭିଡିଓ ମଧ୍ୟ ପୋଲିସ ହାତରେ ଲାଗିଛି l ଯେଉଁଥିରେ ନାବାଳିକା ଜଣକ ସେ ଝିଅ ମୋତେ ଏମିତି ସେମିତି କହିଲା ବୋଲି ନାବାଳିକା କହୁଛନ୍ତି l ତାକୁ ମଧ୍ୟ ପୋଲିସ ଗମ୍ଭୀରତା ସହ ଯାଞ୍ଚ କରୁଛି l ଏହି ଘଟଣାରେ ପୋଲିସ ନାବାଳିକାଙ୍କ ମାମୁ ଝିଅ, ସମ୍ପର୍କୀୟ ଅଜା ଓ ଗାଁର ଜଣେ ତେଜରାତି ଦୋକାନୀଙ୍କୁ ପଚରା ଉଚରା କରୁଥିବା ବେଳେ ଏପର୍ଯ୍ୟନ୍ତ ଏହି ଘଟଣାରେ ପୋଲିସ କାହାକୁ ଅଟକ ରଖିନଥିବା ନେଇ ଆଇଜି ସୂଚନା ଦେଇଛନ୍ତି l 

You Can Read:

ଫିରିଙ୍ଗିମାଲ ନାବାଳିକା ପୋଡ଼ି ଘଟଣାରେ ଟ୍ବିଷ୍ଟ୍, ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି ସମ୍ପର୍କୀୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.