ବଜେଟ୍ ଅଧିବେଶନ ୨୦୨୫; ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, '୩ ଗୁଣା ଦ୍ରୁତ ଗତିରେ ଚାଲିଛି ବିକାଶ'

Published By : Prameya-News7 Bureau | January 31, 2025 IST

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ଆସନ୍ତା ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ । ମିଳିତ ଅଧିବେଶନକୁ ସମ୍ବୋଧିନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ନିଜ ଅଭିଭାଷଣରେ କହିଛନ୍ତି, ଭାରତ ବିକାଶ ଯାତ୍ରାର ଏହି ଅମୃତକାଳରେ କେନ୍ଦ୍ର ସରକାରଙ୍କ ଅଦ୍ଭପୂର୍ବକ ଉପଲବ୍ଧି ସହିତ ନୂଆ ଉର୍ଜା ଦେଉଛନ୍ତି । ସରକାରଙ୍କ ପୂର୍ବ କାର୍ଯ୍ୟକାଳରେ ତିନି ଗୁଣା ଦ୍ରୁତ ଗତିରେ ଦେଶ ବିକାଶ କାର୍ଯ୍ୟ ଜାରି ରହିଛି । ବଡ଼ ନିଷ୍ପତ୍ତି ଏବଂ ନୀତି ଗୁଡ଼ିକ ଅସାଧାରଣ ଗତିରେ ଦେଶରେ ବିଭିନ୍ନ ଯୋଜନା ମାଧ୍ୟମରେ ଲାଗୁ ହେଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶରେ ଗରିବ, ମଧ୍ୟମବର୍ଗ, ଯୁବପିଢି, ମହିଳା ଏବଂ କୃଷକଙ୍କୁ ସର୍ବୋଚ୍ଚ ପ୍ରଥାମିକତା ମିଳୁଛି । 

ଗରିବଙ୍କୁ ପକ୍କାଘର:-

ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ସମସ୍ତଙ୍କ ପାଇଁ ଠୋସ୍ ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଅତିରିକ୍ତ ପରିବାରକୁ ପକ୍କାଘର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୫, ୩୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ସରକାର ଗାଁରେ ଭୂମିହୀନ ଗରିବଙ୍କୁ ଜମି ପ୍ରଦାନ ଏବଂ ସେମାନଙ୍କ ଆର୍ଥିକ୍ ସ୍ଥିତି ସୁଧାର ପାଇଁ ପ୍ରତିଶ୍ରୁତି ବଦ୍ଧ । ତେଣୁ ସ୍ବାମୀତ୍ବ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୨କୋଟି ୨୫ ଲକ୍ଷ ସ୍ବାମୀତ୍ବ କାର୍ଡ ପ୍ରଦାନ କରାଯାଇଛି । ଏଥିରୁ ପ୍ରାୟ ୭୦ ଲକ୍ଷ ସ୍ବାମୀତ୍ବ କାର୍ଡ ଗତ ୬ମାସରେ ଭିତରେ ପ୍ରଦାନ କରାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ମହିଳାଙ୍କୁ ସଶକ୍ତ ଲକ୍ଷ୍ୟ:-

ମହିଳାଙ୍କୁ ସଶକ୍ତ କରିବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ। ଏନେଇ ଲାକ୍ଷପତି ଦିଦି ଯୋଜନାରେ ୩ କୋଟି ଲାକ୍ଷପତି ଦିଦି ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧ କୋଟି ୩୦ଲକ୍ଷ ଲାକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଡ୍ରୋନ୍ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି । ସେହିପରି ଅଲିମ୍ପିକ୍ସରେ ଝିଅ ମାନେ ବିଦେଶରେ ଭାରତକୁ ଗୌରାବନ୍ବତ କରିଛନ୍ତି । ଦେଶର ଝିଅମାନେ ଅଲମ୍ପିକ୍ସରେ ପଦକ ଜିତି ଦେଶର ସମ୍ମାନ ବଢ଼ାଉଛନ୍ତି । 'ଆଜିର ଦୁନିଆରେ ମହିଳାମାନେ ମଧ୍ୟ ଲଢ଼ୁଆ ବିମାନ ଉଡ଼ାଉଛନ୍ତି ବୋଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ।

ଦେଶରେ କନେକ୍ଟିଭିଟି:-

ପିଏମ୍ ଗତି ଶକ୍ତି ଦ୍ବାରା ଯୋଗାଯୋଗର ମଧ୍ୟମ ବୃଦ୍ଧି ପାଇଛି  । ଦେଶରେ ରେଲୱେ ନେଟୱର୍କ ଓ ବିମାନ ବନ୍ଦର ସଂଖ୍ୟା ବଢ଼ିଛି । ଟ୍ରାକରେ ଦ୍ରୁତଗତିରେ ଗଡ଼ୁଛି ‘ବନ୍ଦେ ଭାରତ ଓ ନମୋ ଭାରତ’ ଟ୍ରେନ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୩୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ୁଛି । ଏହା ଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନର ଦୂରତା କମିଛି । କାଶ୍ମୀରରେ ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ନିର୍ମାଣ ହୋଇଛି । ଏହା ଉଦମପୁର-ଶ୍ରୀନଗର-ବାରମୂଲା ରେଲ୍ ଲିଙ୍କ୍ ଯୋଜନା । ଏହି ମହତ୍ବକାଂକ୍ଷୀ ଯୋଜନାରେ ଚେନ୍ନାବ ନଦୀ ଉପରେ ବିଶ୍ବ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ହୋଇଛି ।  ଏହାସହିତ ଆଞ୍ଜି ପୋଲ୍ ଦେଶ ପ୍ରଥମ ରେଳ କେବୁଲ୍ ବ୍ରିଜ୍ ତିଆରି ହୋଇଛି । ସେହିପରି ଏବେ ସୁଦ୍ଧା ଦେଶରେ ମେଟ୍ରୋ ନେଟୱର୍କ ୧ ହଜାର କିମିରୁ ଊର୍ଦ୍ଧ୍ବ ନିର୍ମାଣ ହୋଇଛି । ଦିଲ୍ଲୀରେ ମେଟ୍ରୋ ଦ୍ରୁତ ଗତିରେ ବିସ୍ତାର ହେଉଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣ କହିଛନ୍ତି  । 

କାଶ୍ମୀରରେ ବଢ଼ିଛି ବିକାଶ:-

ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି, କାଶ୍ମୀରରେ ଏବେ ବିକାଶର ବାତାବରଣ । ନର୍ଥଇଷ୍ଟରେ ଶାନ୍ତି ସ୍ଥାପନ ପାଇଁ କେନ୍ଦ୍ର ସରକାର ନିରନ୍ତର କାମ କରୁଛନ୍ତି । ଜାମ୍ମୁ-କାଶ୍ମୀରେ ବିକାଶକୁ ସରକାର ସର୍ବାଧିକ ପ୍ରଥମିକତା ଦେଉଛନ୍ତି । ଧାରା ୩୭୦ ହଟିବା ପରେ ନର୍ଥଇଷ୍ଟ ରାଜ୍ୟରେ ଏବେ ବିକାଶ ଦ୍ରୁତଗତିରେ ଆଗେଇ ଚାଲିଛି । କେନ୍ଦ୍ର ସରକାରଙ୍କ  ଜାମ୍ମ-କାଶ୍ମୀରବାସୀଙ୍କ ପାଇଁ  କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକସଭା ଓ ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ।

ସାଇବର ସିକ୍ୟୁରିଟି:-

ବଜେଟ୍ ଅଧିବେଶନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ ସାଇବର ସିକ୍ୟୁରିଟିକୁ ନେଇ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାର ଡିଜିଟାଲ ଟେକ୍ନୋଲଜିକୁ ସାମାଜିକ ନ୍ୟାୟ ଏବଂ ସମାନତାକୁ ଏକ ଟୁଲ୍ ଭାବେ ବ୍ୟବହାର କରୁଛନ୍ତି । ଡିଜିଟାଲ୍ ପେମେଣ୍ଟରେ କିଛି ଲୋକ କିମ୍ବା କିଛି ବର୍ଗ ଭିତରେ ସୀମିତ ନାହିଁ । ଭାରତରେ ଛୋଟରୁ ଛୋଟ ଦୋକାନୀ ଏହି ସୁବିଧାର ଲାଭ ଉଠାଉଛନ୍ତି । ଦେଶ ଦ୍ରୁତ ଗତିରେ ଡିଜିଟାଇଜେସନ ହେଉଛି । ତେବେ ଏଥିରେ ଦେଶର ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଅନ୍ୟଏକ ମହତ୍ତ୍ବପୂର୍ଣ୍ଣ ବିଷୟ ହେଉଛି ସାଇବର ସିକ୍ୟୁରିଟି । ଡିଜଟାଲ୍ ଫଣ୍ଡ, ସାଇବର-କ୍ରାଇମ୍ ଏବଂ ଡିପ୍-ଫେକ୍ ଭଳି ଟେକ୍ନୋଲଜି ସାମାଜିକ, ଆର୍ଥିକ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସାଇବର କ୍ରାଇମକୁ ନିୟମନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି । ସାଇବର କ୍ଷେତ୍ରରେ ମଧ୍ୟ ଯୁବବର୍ଗଙ୍କୁ ରୋଜଗାର ସମ୍ଭାବନା ସୃଷ୍ଟି ହୋଇଛି ।..

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.