ଅର୍ଥନୈତିକ ସର୍ଭେ ରିପୋର୍ଟ; ଅଭିବୃଦ୍ଧି ହାର ୬.୩ରୁ ୬.୮ ପ୍ରତିଶତ ରହିବା ଅନୁମାନ

Published By : Prameya-News7 Bureau | January 31, 2025 IST

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି । ଏଥିରେ୨୦୨୫-୨୬ ଆର୍ଥିକ୍ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଇଛି । ଯାହା ଗତ ୪ ବର୍ଷରେ ସବୁଠୁ କମ୍ ଅଭିବୃଦ୍ଧି ହାର  । ୨୦୨୪ ଜୁଲାଇ ୨୨ରେ ହୋଇଥିବା ଆର୍ଥିକ୍ ସର୍ଭେରେ କୁହାଯାଇଥିଲା ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଥିଲା  । 

ପିଟିଆଇ ମୁତାବକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ମିଳିତ ଅଧିବେଶନରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୫-୨୬ ଆର୍ଥକ ବର୍ଷରେ ଦେଶର ଅଭିବୃଦ୍ଧ ହାର ୬.୩ରୁ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି । ଆର୍ଥିକ ସର୍ଭେ ରିପୋର୍ଟରେ ଆର୍ଟଫିସିଆର୍ ଇଣ୍ଟେଲିଜେନ୍ସି ପାଇଁ ରୋଜଗାର ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଚେତାଇ ଦିଆଯାଇଛି । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହ୍ରାସ କାରଣ ଉଲ୍କେଖ ରହିଛି । ଅର୍ଥନୈତିକଙ୍କ ସର୍ଭେ ଅନୁଯାୟୀ, ବାହ୍ୟ ଚ୍ୟାଲେଞ୍ଜ ପାଇଁ ଦେଶ ଅଭିବୃଦ୍ଧି କମିଛି ।  ସେହିପରି ସର୍ଭେରେ ଚୀନର ମାନ୍ୟୁଫେକ୍ଚର ସେକ୍ଟର ଉପରେ ନିର୍ଭରତାକୁ ନେଉ ଚିନ୍ତା ବ୍ୟକ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.