ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ବିଷୟରେ ସୋନିଆ ଗାନ୍ଧୀଙ୍କ ‘ପୋର ଥିଙ୍ଗ୍’ ମନ୍ତବ୍ୟ ପରେ ଶୁକ୍ରବାର ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋନିଆ ଗାନ୍ଧୀଙ୍କ ବୟାନକୁ ସମାଲୋଚନା କରିବା ସହିତ ଏହା ପୁଅର ଟେଷ୍ଟ ଓ ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି।
ଏକ ବିବୃତ୍ତିରେ, ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ କରିବା ପାଇଁ ଘଣ୍ଟାଏ ବ୍ୟାପୀ ଅଭିଭାଷଣ ଦେଇଥିବା ସତ୍ତ୍ୱେ ସେ କୌଣସି ସମୟରେ କ୍ଳାନ୍ତ ନଥିଲେ। ଏଭଳି ମନ୍ତବ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମର୍ଯ୍ୟାଦାକୁ ଆଘାତ ଦେବା ସହିତ ଏହା ସତ ଠାରୁ ବହୁ ଦୂରରେ ଥିଲା। ରାଷ୍ଟ୍ରପତି କୌଣସି ସମୟରେ ଥକି ନଥିଲେ।
ରାଷ୍ଟ୍ରପତି ବଭନରୁ ପ୍ରକାଶ ପାଇଥିବା ବିବୃତ୍ତିରେ ଆହୁରି କୁହାଯାଇଛି ଯେ ପ୍ରକୃତରେ, ସେ(ରାଷ୍ଟ୍ରପତି) ବିଶ୍ୱାସ କରୁଥିଲେ ଯେ ଅବହେଳିତ ସମ୍ପ୍ରଦାୟ, ମହିଳା ଏବଂ କୃଷକମାନଙ୍କ ପାଇଁ କହିବା କେବେ ସେ କେବେ କ୍ଳାନ୍ତ ହୋଇପାରିବ ନାହିଁ।
କୌଣସି ଲୋକଙ୍କ ନାଁ ନ ନେଇ ବିବୃତ୍ତିରେ କୁହାଯାଇଛି ଯେ ନେତାମାନେ ଏକ ଭୁଲ ଧାରଣାରେ ରହିଛନ୍ତି। କାରଣ ସେମାନେ ବୋଧହୁଏ ହିନ୍ଦୀ ଭଳି ଭାରତୀୟ ଭାଷା ସହିତ ଠିକ୍ ଭାବରେ ଜଡିତ ନୁହେଁ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ବିବୃତ୍ତି ଜାରି ହୋଇଛି।
ରାଷ୍ଟ୍ରପତିଙ୍କ ବଜେଟ୍ ସ୍ୱାଗତ ଅଭିଭାଷଣରେ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଥକି ଯାଇଥିଲେ ବୋଲି କହିଥିଲେ। ସେହିପରି ରାହୁଲ ଗାନ୍ଧୀ ତାଙ୍କ ଭାଷଣକୁ ବୋରିଂ ବୋଲି କହିଥିଲେ।
ଭାଷଣ ସରିବା ପରେ ସୋନିଆ ଗାନ୍ଧୀ ରାହୁଲଙ୍କୁ କହିଥିଲେ “ଶେଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ବହୁତ ଥକି ଯାଇଥିଲେ। ବିଚାରି ସେ ବଡ଼ କଷ୍ଟରେ କହୁଥିଲେ।” ସୋନିଆଙ୍କର ଏହି ମନ୍ତବ୍ୟକୁ ତାଙ୍କ ପାଖରେ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସ୍ପଷ୍ଟ ଶୁଭିଥିଲା। ରାଷ୍ଟ୍ରପତିଙ୍କୁ ବିଚାରି ଶବ୍ଦ ବ୍ୟବହାର କରିବାକୁ ନେଇ ବିଜେପି ବଡ଼ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଛି।
ସୋନିଆଙ୍କ ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସ ନିଃସର୍ତ୍ତ କ୍ଷମା ମାଗୁ ବୋଲି ବିଜେପି ଦାବି କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ସୋନିଆଙ୍କ ମନ୍ତବ୍ୟ ଉଚ୍ଚ ପଦବୀକୁ ଅପମାନିତ କରିଛି। ଏଥିରେ ତାଙ୍କର ସାମନ୍ତବାଦୀ ମାନସିକତାକୁ ପ୍ରତିଫଳିତ ହେଉଛି।
ସେପଟେ ମା’ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ୱାୟନଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି “ମୋ ମାଆ ଜଣେ ୭୦-୮୦ ବର୍ଷ ବୟସ୍କା ମହିଳା। ସେ କେବଳ କହିଥିଲେ ଯେ ରାଷ୍ଟ୍ରପତି ଏକ ବଡ଼ ସ୍ପିଚ୍ ପଢ଼ୁଥିଲେ। ସେ ଥକି ଯାଇଥିବେ ନିଶ୍ଚୟ। ପୋର ଥିଙ୍ଗ୍।”
ସେହିପରି ବିଜେପିର କ୍ଷମା ଦାବିକୁ ନେଇ ପ୍ରିୟଙ୍କା କହିଛନ୍ତି “ଦେଶକୁ ନଷ୍ଟ କରିବା ପାଇଁ ସେମାନେ (ବିଜେପି) ପ୍ରଥମେ କ୍ଷମା ମାଗିବା ଉଚିତ। ତାଙ୍କ(ସୋନିଆ ଗାନ୍ଧୀ) ମନ୍ତବ୍ୟକୁ ଏଭଳି ବିକୃତ କରାଯିବ ଦୁର୍ଭାଗ୍ୟଜନକ।”