ପ୍ରତ୍ନତତ୍ତ୍ବ ବିଭାଗ ବଡ଼ ଖୁଲାସା; ୨୫୦ରୁ ଅଧିକ ସଂରକ୍ଷିତ ସ୍ମାରକୀ ଓ୍ବାକଫ୍ ସମ୍ପତ୍ତି ଭାବେ ପଞ୍ଜୀକୃତ

Published By : Prameya-News7 Bureau | December 09, 2024 IST

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ବଡ଼ ଖୁଲାସା କରିଛି । ଏଏସଆଇ ରିପୋର୍ଟରେ ୨୫୦ରୁ ଅଧିକ ସଂରକ୍ଷିତ ସ୍ମାରକୀ ଓ୍ବାକଫ୍ ବୋର୍ଡ ଅଧୀନରେ ରହିଛି । ସ୍ମାରକୀର ସମସ୍ତ ସମ୍ପତ୍ତି ଓ୍ବାକଫ ବୋର୍ଡରେ ପଞ୍ଜୀକୃତ ହୋଇଥିବା ରିପୋର୍ଟରେ ଖୁଲାସା ହୋଇଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଏକ୍ସପ୍ରେସ୍ ଆନୁଯାୟୀ, ଆଶା କରାଯାଉଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି, ଓ୍ବାକଫ ସଂଶୋଧନ ବିଧେୟକ-୨୦୨୪କୁ ଯାଞ୍ଚ କରୁଥିବା ଯୁଗ୍ମ ସଂସଦୀୟ ସମିତି ସାମ୍ନାରେ ରେକର୍ଡକୁ ଉପସ୍ଥାପନ କରିବ । 

ଏଏସଆଇର କହିବା ଅନୁଯାୟୀ, ସେମାନେ ଏହି ସମସ୍ତ ସ୍ମାରକୀକୁ ନିଜ ନିୟମନ୍ତ୍ରକୁ ନେବା ଚେଷ୍ଟା କରିବେ । ସୂତ୍ର ମିଳିଥିବା ଖବର ମୁତାବକ, ଏହି ରିପୋର୍ଟରେ ଭାରତର ମୁସଲିମ୍ ସମୁଦାୟର ସାମାଜିକ, ଆର୍ଥିକ ଏବଂ ଶୈକ୍ଷିକ ସ୍ଥିତି ଉପରେ ୨୦୦୬ର ସଚ୍ଚର କମିଟି ରିପୋର୍ଟରେ ସୂଚୀବଦ୍ଧ ଅନେକ ସ୍ମାରକୀ ମଧ୍ୟ ସାମିଲ୍ ରହିଛି । ଏହି ରିପୋର୍ଟରେ ଓ୍ବାକଫ ସମ୍ପତ୍ତି ଏଏସଆଇର ଅଣଅଧିକୃତ କବଜାରେ ରହିଥିବା କୁହାଯାଇଛି । ୧୭୨ ସ୍ମାରକୀ ରାଷ୍ଟ୍ରୀୟ ସ୍ମାରକୀର ଗୁରୁତ୍ବବହନ କରେ ନାହିଁ । ମାତ୍ର ଦିଲ୍ଲୀର କିଛି ପ୍ରମୁଖ ସ୍ଥଳି ଫିରୋଜଶାହା କୋଟଲାରେ ଥିବା ଜାମା ମସଜିଦ, ଆରକେପୁରମରେ ଥିବା ଛୋଟ ଗୁମଟି ମକବରା, ହୌଜ ଖାସ୍ ମସଜିଦ୍ ଏବଂ ଈଦଗାହ ଆଦି ସାମିଲ୍ ରହିଛି । ଏଏସଆଇ ରିପୋର୍ଟରେ କୁହାଯାଇଛି, ଓ୍ବାକଫ ଅଧୀନରେ ଥିବା ଅଧିକାଂଶ ସ୍ମାରକୀ ଦେଶର ବିଭିନ୍ନ ସ୍ଥାନରେ ରହିଛି । 

ଇଣ୍ଡିଆ ଏକ୍ସପ୍ରେସ ମୁତାବକ, ସେପ୍ଟେମ୍ବର ମାସରେ ବସିଥିବା ଜେପିସିର ଚତୁର୍ଥ ବୈଠକରେ ଏହି ସ୍ମାରକୀ ସଂଖ୍ୟା ୧୨୦ କହିଥିଲା । ଏହା ପରେ ଏଏସଆଇ ଇଣ୍ଟରନାଲ ସର୍ଭେର କରିଥିଲେ । ଏଥିରେ ଓ୍ବାକଫ ପଞ୍ଜୀକୃତ ହୋଇଥିଲା ସଂରକ୍ଷିତ ସ୍ମାରକୀ ସଂଖ୍ୟା ୨୫୦ ବୋଲି କହିଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.