ବାରଙ୍ଗ କେନାଲ ରୋଡ଼ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା, ଲାଲବାଗ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | May 10, 2025 IST

କଟକ ୧୦ବାରଙ୍ଗ କେନାଲ ରୋଡ଼ରେ ହୋଇଥିବା ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଖୁବ୍‌ ପ୍ରତିକ୍ରିୟାଶୀଳ ହୋଇଛନ୍ତି କଟକ ଦିୱାନ ବଜାର ବାସିନ୍ଦା । ଶନିବାର ଶତାଧିକ ସଂଖ୍ୟାର ସ୍ଥାନୀୟ ବାସିନ୍ଦା, କଟକ ଲାଲବାଗ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯେହେତୁ ଏହା ଏକ ପ୍ରକାରର ଭିଡ଼ ହିଂସା ତେଣୁ କୌଣସି ଅପରାଧୀ ଯେପରି ଖସି ନଯାଆନ୍ତି, ସେହିଭଳି ଦାବି ରଖିଛନ୍ତି ଦିୱାନ ବଜାର ବାସିନ୍ଦା । ପୋଲିସ ତରଫରୁ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ୱାସନା ମିଳିଛି, ଏବେ ଅପେକ୍ଷା, କେବେ ପୋଲିସ ପଞ୍ଝାକୁ ଆସୁଛନ୍ତି ଅପରାଧୀ ମାନେ ।

ବାରଙ୍ଗ ଥାନା ନୂଆଗାଁ ଲଟା ବାସେଳୀ ଛକରେ ହୋଇଥିଲା ଏହି ଜଘନ୍ୟ କାଣ୍ଡ । ଗୋଟିଏ ଜିପ୍ ହୁତ ହୁତ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏକ ବୁଦା ମୂଳରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲେ ରାହିଲ । ପୋଲିସ ତାଙ୍କୁ ଆମ୍ବୁଲାନ୍ସ ଜରିଆରେ କଟକ ବଡ଼ ମେଡିକାଲ ପଠାଇଥିଲା । ଯେଉଁଠି ତାଙ୍କୁ ମୃତ ଘୋଷଣା କରାଗଲା । ତେବେ ଘଟଣାସ୍ଥଳରୁ କିଛି ଆପତ୍ତିଜନକ ସାମଗ୍ରୀ ଉଦ୍ଧାର ହୋଇଥିଲା । ମୃତକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାକୁ ଆଧାର କରି ପୋଲିସ ୫ ଜଣଙ୍କୁ ଅଟକ ରଖିଛି । ହେଲେ ଦିୱାନ ବଜାର ବାସିନ୍ଦାଙ୍କ ଅଭିଯୋଗ ହେଲା, ଏହି ହତ୍ୟାକାଣ୍ଡରେ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ସମ୍ପୃକ୍ତି ଅଛି, ସମସ୍ତ ଅପରାଧୀଙ୍କୁ ଗିରଫ କରିବା ଦାବିରେ ଶନିବାର ଅଞ୍ଚଳ ବାସିନ୍ଦା ମାନେ ଅତିରିକ୍ତ ଡିସିପିଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । 

ମୃତ ରାହିଲ ଯଦିଓ ଜଗତସିଂହପୁରର ମୂଳ ବାସିନ୍ଦା, କିନ୍ତୁ ସେ କଟକ ଦିୱାନ ବଜାରରେ ରହି ବ୍ୟବସାୟ କରୁଥିଲେ । ହତ୍ୟାକାଣ୍ଡ ପଛରେ ଡକାୟତି ଉଦ୍ୟମ ଥିଲା ବୋଲି ଦିୱାନ ବଜାର ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । କିନ୍ତୁ ଗୋଚାଲାଣକୁ କେନ୍ଦ୍ରକରି ଏଭଳି ଅଘଟଣ ଘଟିଛି ବୋଲି ମଧ୍ୟ କେହି କେହି କହୁଛନ୍ତି । ତେଣୁ ଏବେ ପୋଲିସ ଉପରେ ହିଁ ସବୁ କିଛି ନିର୍ଭର କରେ ଯେ, ଏଭଳି ନାରକୀୟ ଘଟଣା ପଛର ପ୍ରକୃତ କାରଣ କଣ ।

You Can Read:

ନକଲି ନୋଟ୍ ଦେଇ ଦୋକାନରୁ କିଣିଥିଲେ ଜିନିଷ, ଧରାପଡିବା ପରେ ପକେଟ୍‌ରୁ ବାହାରିଲା ୧୦ହଜାର ଟଙ୍କାର ଡୁପ୍ଲିକେଟ୍ ନୋଟ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.