ଭଦ୍ରକ ୧୦।୫: ଦୋକାନରେ ଜିନିଷ କିଣିବା ବାହାନାରେ ନକଲି ନୋଟ୍ ଦେଇ ଧରାପଡ଼ି ବନ୍ଧା ହେଲେ । ଦୌଡ଼ି ପଳାଇବା ବେଳେ ଜଣେ ଧରା ପଡ଼ିଥିବା ବେଳେ ଜଣେ ଖସିଗଲା । ନିକଟରୁ ମିଳିଲା ପ୍ରାୟ ୧୦ ହଜାର ଟଙ୍କାର ନକଲି ନୋଟ୍ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଆନନ୍ଦ ବଜାରରେ ।
ସୂଚନାଯୋଗ୍ୟ ଯେ, ଦୁଇ ଜଣ ଯୁବକ ଆନନ୍ଦବଜାରରେ ଥିବା ମାର୍କେଟକୁ ଆସିଥିଲେ । ଜଣେ ଯୁବକ ଦୋକାନରୁ କ୍ରିମ୍ କିଣିବା ପରେ ୨ ଶହ ଟଙ୍କା ଦେଇ ଖୁଚୁରା ନେଇଥିଲେ । କିଛି ସମୟ ପରେ ପୁଣି ଥରେ ୨ ଶହ ଟଙ୍କା ଦେଇ ଦୁଇଟି ୧୦୦ ଟଙ୍କିଆ ନୋଟ୍ ମାଗିଥିଲେ । ଦୋକାନୀ ଜଣକ ନୋଟ୍କୁ ଦେଖି ପାଖ ଦୋକାନୀକୁ ଦେଖାଇଥିଲେ । ଦୋକାନୀ ମାନେ ଏହି ନୋଟ୍ ନକଲି ବୋଲି କହିବା ମାତ୍ରେ ଯୁବକ ଜଣକ ଦୌଡ଼ି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଜଣକୁ ବାନ୍ଧି ଦେଇଥିଲେ ଓ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ । ଲୋକେ ଯୁବକଙ୍କ ପ୍ୟାକେଟ୍ରୁ ପ୍ରାୟ ୧୦ ହଜାର ଟଙ୍କାର ୫ ଶହ, ୨ ଶହ ଓ ଶହ ଟଙ୍କିଆ ନୋଟ୍ ପାଇଥିଲେ । ପରେ ଦରଡ଼ା ଫାଣ୍ଡି ପୋଲିସ ଆସି ଯୁବକଙ୍କୁ ଉଦ୍ଧାର କରିଛି । ତେବେ ଯୁବକ ଜଣକ ସହ ଆହୁରି ଅନେକ ଲୋକ ସାମିଲ ଥିବା ସ୍ଥାନୀୟ ଲୋକଙ୍କୁ କହିଥିବା ସୂଚନା ମିଳିଛି ।
You Can Read:
ଗଞ୍ଜେଇ ଚୋରା ଚାଲାଣ ମାମଲା : ଜଣକୁ ମୋହନାରୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ