ମୋହନା ୧୦।୫: ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଣକୁ ଉଠାଇ ନେଲା ମହାରାଷ୍ଟ୍ର ପୋଲିସ l ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡା ଗାଁର ସୁଶାନ୍ତ ପାଳକୁ ମହାରାଷ୍ଟ୍ର ପୋଲିସ ଗିରଫ କରିବା ସହ ମୋହନା ଜେଏମଏଫସି କୋର୍ଟରେ ହlଜର କରାଯାଇଛି l କୋର୍ଟରେ ହାଜର ହେବା ପରେ ସୁଶାନ୍ତକୁ ମହାରାଷ୍ଟ୍ର ନେଇଗଲା ପୋଲିସ l ଏହାସହ ଗଞ୍ଜାମ ଜିଲ୍ଲାର ବିଜୟ ନାହାକକୁ ମଧ୍ୟ ଗିରଫ କରିଛି ମହାରାଷ୍ଟ୍ର ପୋଲିସ l
ଗତ ମେ’ ୧ ତାରିଖ ଦିନ ମହାରାଷ୍ଟ୍ର କନଡ଼ ସିଟି ପୋଲିସ ଥାନା ଅଞ୍ଚଳରୁ ଏକ କlର୍ ସହ ୪୦୯ କିଲୋ ଗଞ୍ଜେଇ ଜବତ କରିଥିଲା ପୋଲିସ l ଏହି ଗଞ୍ଜେଇ ଚୋରା ଚାଲାଣ ବେଳେ ସେତେବେଳେ ୫ ଜଣକୁ ଗିରଫ କରାଯାଇଥିଲା l ତେବେ ଏଥିରେ ସମ୍ପୃକ୍ତ ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡାର ସୁଶାନ୍ତ ପାଳ ଓ ଗଞ୍ଜାମ ଜିଲ୍ଲାର ବିଜୟ ନାହାକ ଫେରାର ହୋଇଯାଇଥିଲେ l ମହାରାଷ୍ଟ୍ର ପୋଲିସ ତଦନ୍ତ କରିବା ସହ ମୋବାଇଲ ଟ୍ରାକ୍ କରି ଦୁଇ ଅଭିଯୁକ୍ତକୁ ଧରା ଯାଇଥିବା ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି l
You Can Read:
ପରକୀୟା ପ୍ରୀତିର କରୁଣ ପରିଣତି ! ଗୋଟିଏ ଘରୁ ମିଳିଲା ବିଧବା ମହିଳା-ପୁରୁଷଙ୍କ ମୃତଦେହ