ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ସହ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ଦାବିରେ ରାସ୍ତାରୋକ

Published By : Prameya-News7 Bureau | July 18, 2025 IST

ଜଗତସିଂହପୁର ୧୮।୭: ଜଗତସିଂହପୁର ସହର ସ୍ଥିତ ଚର୍ଚ୍ଚିକା ବଜାର ଠାରେ ଥିବା ଏକ ଘରୋଇ ନର୍ସିଂହୋମରେ ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କର ମୃତ୍ୟୁ ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । 

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ତରଡା ଗାଁର ରଞ୍ଜିତ ସ୍ୱାଇଁଙ୍କ ସ୍ତ୍ରୀ ସସ୍ମିତା ସ୍ୱାଇଁ ଗୁରୁବାର ଚର୍ଚ୍ଚିକା ବଜାର ଠାରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରେ ଆଡମିଶନ ହୋଇଥିଲେ । ହେଲେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ ନର୍ସିଂହୋମ ଆଗରେ ମୃତଦେହ ରଖି ଗଣଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ  ପୋଲିସ ମୁତୟନ କରାଯାଇଛି  । କ୍ଷତିପୂରଣ ଦାବି ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିବା ଦାବିରେ ଜଗତସିଂହପୁର-ପାରାଦୀପ ମୁଖ୍ୟରାସ୍ତାକୁ ଉତ୍ତ୍ୟକ୍ତ ଲୋକମାନେ  ଅବରୋଧ କରି ରଖିବାରୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । 

You Can Read:

FM କଲେଜରେ UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସହ ଉଚ୍ଚଶିକ୍ଷା ତଦନ୍ତକାରୀ ଟିମ୍‌ର ତନାଘନା, ସେପଟେ ଗୁମର ଖୋଜୁଛି କ୍ରାଇମବ୍ରାଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.