ଭାରତ ଗସ୍ତରେ ଆସିବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ; ସ୍ପଷ୍ଟ କଲେ ଋଷ୍ ବିଦେଶ ମନ୍ତ୍ରୀ

Published By : Prameya-News7 Bureau | March 27, 2025 IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଋଷ୍ ରାଷ୍ଟ୍ରପତି । ଭ୍ଲାଦିମିର ପୁଟିନ ଇଣ୍ଡିଆ ଆସିବା ନେଇ ଋଷ୍ ବିଦେଶ ମନ୍ତ୍ରୀ ସଙ୍ଗେଇ ଲାଭରୋଭ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସ୍ବିକାର କରି ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତରେ ଆସିବେ । ଯୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧବିରତି ନେଇ ସହମତି ପ୍ରକାଶ ପାଇଥିବା ବେଳେ ମସ୍କୋ ମୁଖିଆଙ୍କ ଭାରତ ଗସ୍ତ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । 

ଋଷ୍ ବିଦେଶ ମନ୍ତ୍ରୀ ସର୍ଗେଇେ ଲାଭରୋଭ କହିଛନ୍ତି, ବର୍ତ୍ତମାନ ସମୟରେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ନେଇ ପ୍ରସ୍ତୁତିରେ ଜାରି ରହିଛି । ହେଲେ ଏହା ପୂର୍ବରୁ ଋଷ୍‌ରେ ଏକ ସମ୍ମିଳନୀ ଆୟୋଜନ କରାଯାଇଛି । ଋଷ୍‌ରେ ଥିବା ଭାରତୀୟ ଦୂତାବାସ ଏବଂ ଋଷ୍ ଅନ୍ତରାଷ୍ଟ୍ରୀୟ ମାମଲାର ପରିଷଦ ଦ୍ବାରା ସଂଯୁକ୍ତ ଭାବେ ଏହି ଆୟୋଜନ ହୋଇଛି । ଏଥିରେ ଋଷ୍ ବିଦେଶ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ଭ୍ଲାଦିମିର ପୁଟିନ ସ୍ବିକାର କରିଛନ୍ତି ଏବଂ ଖୁବ୍ ଶୀଘ୍ର ଭାରତ ଗସ୍ତ୍ରରେ ଯିବେ ଋଷ୍ ରାଷ୍ଟ୍ରପତି ।  ଗତ ବର୍ଷ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ତମ ଭାରତ-ଋଷ୍ ଶିଖର ସମ୍ମିଳନୀରେ ସାମିଲ୍ ହେବାକୁ ମସ୍କୋରେ ପହଞ୍ଚିଥିଲେ । 

କେଉଁ ମୁଦ୍ଦା ଉପରେ ଆଲୋଚନା ହେବ?

ଋଷ୍-ୟୁକ୍ରେନ ମଧ୍ୟରେ ଯୁଦ୍ଧବିରାମ ନେଇ ସହମତି ପ୍ରକାଶ ପାଇଥିବା ବେଳେ ପୁଟିନଙ୍କ ଭାରତ ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ । ଦୁଇ ରାଷ୍ଟ୍ରର ପ୍ରମୁଖ ମୁଖିଆଙ୍କ ମଧ୍ୟରେ ଯୁଦ୍ଧ ନେଇ ଆଲୋଚନା ହେବ ବୋଲି କୁହାଯାଉଛି । ଏହାଛଡ଼ା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ମୁଦ୍ଦା ଉପରେ ମଧ୍ୟ ଚର୍ଚ୍ଚା କରିପାରନ୍ତି ଦୁଇ ନେତା  । ସେହିପରି କୀଭ୍ ଓ ମସ୍କୋ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିଲେ ମଧ୍ୟ ଭାରତ ଦୁଇ ଦେଶ ସହିତ ସମାନ୍ତରଳ ମନୋଭାବ ଆପଣାଇଛି । ଦିଲ୍ଲୀ ମସ୍କୋ ସହିତ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିଥିବା ବେଳେ କୀଭ୍ ସହିତ ସମାନ ସମ୍ପର୍କ ରଖିଛି ।

୯ ମେ’ରେ ଋଷ୍ ଗସ୍ତରେ ଯିବେ ମୋଦି:

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମେ’ ୯ ତାରିଖରେ ଋଷ୍ ଗସ୍ତ କରିବେ  । ମସ୍କୋର ରେଡ୍ ସ୍କୋୟାରରେ ଗ୍ରେଟ୍ ପେଟ୍ରୋୟାଟିକ୍ ଓ୍ବାରର ୮୦ତମ ପୂର୍ତ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ପରେଡରେ ସାମିଲ ହୋଇପାରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.