‘ମଣିପୁର ଜଳୁଛି ଅଥଚ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ହସିଲେ ଏବଂ ପରିହାସ କଲେ, ଏହା ତାଙ୍କୁ ଶୋଭା ଦେଉ ନାହିଁ’, ସରକାରଙ୍କ ଉପରେ ବର୍ଷିଲେ ରାହୁଲ

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମ୍ୱାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାନା କରିଛନ୍ତି । ସେ କହିଛନ୍ତି, 'ଗତକାଲି ପ୍ରଧାନମନ୍ତ୍ରୀ ସଂସଦରେ ୨ ଘଣ୍ଟା ୧୩ ମିନିଟର ଭାଷଣ ଦେଇଥିଲେ । ଏଥିରେ କେବଳ ସେ ଦୁଇ ମିନିଟ୍ ପାଇଁ ମଣିପୁର ଉପରେ କହିଥିଲେ । ନିଜ ଭାଷଣ ସମୟରେ ପିଏମ୍ ମୋଦୀ ହସି-ହସି ଭାଷଣ ଦେଉଥିଲେ' ।

ପଢନ୍ତୁ: ମଣିପୁର ଆମ ହୃଦୟର ଅଂଶ, ଖୁବ୍‌ଶୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ହେବ: ଅନାସ୍ଥା ପ୍ରସ୍ତାବରେ ଆଲୋଚନା ବେଳେ କହିଲେ ପ୍ରଧାନମନ୍ତ୍ରୀ

ରାହୁଲ ଗାନ୍ଧୀ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, 'ମଣିପୁର ମାସ ମାସ ଧରି ଜଳୁଛି, ଲୋକମାନେ ମରୁଛନ୍ତି । ଦୁଷ୍କର୍ମ ହେଉଛି । ଆପଣ ଦେଖିଥିବେ ପ୍ରଧାନମନ୍ତ୍ରୀ ହସି-ହସି ବୟାନ ଦେଉଥିଲେ । ଜୋକ୍ ମାରୁଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଏହା ଶୋଭା ଦିଏ ନାହିଁ'।

wp:html /wp:html

ରାହୁଲ କହିଛନ୍ତି, 'ପ୍ରାୟ ୧୯ ବର୍ଷ ଧରି ରାଜନୀତିରେ ଅଛି, ସବୁ ରାଜ୍ୟକୁ, ସେ ବନ୍ୟା ହେଉ, ସୁନମୀ ଆସୁ, କିମ୍ୱା ହିଂସା ହେଉ, ଆମେ ସେଠାରୁ ଯାଉଛୁ । ୧୯ ବର୍ଷର ଅନୁଭବରେ ମୁଁ ମଣିପୁରରେ ଯାହା ଦେଖିଲି, ତାହା ମୁଁ ପୂର୍ବରୁ କେବେ ଦେଖି ନଥିଲି । ମୁଁ ସଂସଦରେ କହିଥିଲେ ଯେ ଅମିତ୍ ଶାହ ଏବଂ ନରେନ୍ଦ୍ର ମୋଦୀ ମଣିପୁରରେ ଭାରତର ହତ୍ୟା କରିଛନ୍ତି ।'

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି, 'ଏଥିପାଇଁ ମୁଁ କହିଥିଲି ମଣିପୁରରେ ଯାହା ହେଉଛି ତାହା ଭାରତର ହତ୍ୟା ଅଟେ । ଏହା ଉପରେ ପ୍ରଧାନମନ୍ତ୍ରୀ ହସୁଥିଲେ । ସେ ମଣିପୁର ଯାଇ ପାରିବେ ନାହିଁ । ହିନ୍ଦୁସ୍ତାନର ସେନା, ଆପଣ ସମସ୍ତେ ସେନାଙ୍କୁ ଜାଣନ୍ତି । ଯାହା ମଣିପୁରରେ ହେଉଛି, ତାକୁ ଭାରତର ସେନା ଦୁଇ ଦିନରେ ବନ୍ଦ କରିପାରିବ । ଯଦି ଭାରତର ସେନାକୁ ତିନି ଦିନରେ ହିଂସାକୁ ବନ୍ଦ କରିବାକୁ କୁହାଯାଏ, ତେବେ ସେ ଦୁଇ ଦିନରେ କାବୁ କରିପାରିବେ । କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁରକୁ ନିଆଁରେ ଜଳିବାକୁ ଚାହୁଁଛନ୍ତି । ଏହାକୁ ଲିଭାଇବାକୁ ନୁହେଁ । କିଛି ନହେଲେ ପ୍ରଧାନମନ୍ତ୍ରୀ ମଣିପୁର ଯାଇ ପାରିଥାନ୍ତେ, ସେଠାକାର ସମୁଦାୟଙ୍କ ସହ କଥା ହୋଇପାରିଥାନ୍ତେ । ସେମାନଙ୍କୁ କହିପାରିଥାନ୍ତେ ଯେ ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀ, ଆସନ୍ତୁ ଆଲୋଚନା କରିବା କିନ୍ତୁ ମୋତେ ଏଭଳି କୌଣସି ଉଦ୍ଦେଶ୍ୟ ଥିବା ଭଳି ଲାଗୁ ନାହିଁ ।'

Also Read: କଂଗ୍ରେସର ‘ମୋହବତ କି ଦୁକାନ’ ଜବାବରେ ମୁକ୍ତିଲାଭ କଲା ବିଜେପିର ନୂଆ ଗୀତ, ଦେଖନ୍ତୁ Video

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.