କଟକ ୧୩/୦୨: ବାରବାଟି ଷ୍ଟାଡିୟମ୍ ଲାଇଟ୍ ବିଭ୍ରାଟ ଘଟଣାରେ ଓସିଏ ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଲାଇଟ୍ ବିଭ୍ରାଟ ପାଇଁ କେବଳ କଟକ ନୁହେଁ ଏଥିପାଇଁ ଓଡ଼ିଶା ବଦନାମ ହୋଇଛି । ଅତି ବେଶୀରେ ପାଞ୍ଚ ମିନିଟ ଲାଗି ଥାଆନ୍ତା ସମାଧାନ ପାଇଁ କିନ୍ତୁ ଏହା ବଦଳରେ ଅଧଘଣ୍ଟା ଖେଳ ବନ୍ଦ୍ ହୋଇଗଲା ।
ଏହା ଯୋଗୁ ଖେଳାଳି ମାନଙ୍କର ଏକଗ୍ରତା ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ଖାଲି ଲାଇଟ୍ ବିଭ୍ରାଟ ନୁହେଁ ଟିକେଟ କେଲେଙ୍କାରୀରେ ମଧ୍ୟ ସାମିଲ ଓସିଏ । ବ୍ୟାଙ୍କ୍କୁ ଦିଆଗଲା ୭ ହଜାର କିନ୍ତୁ ବ୍ୟାଙ୍କ୍ ବିକିଛି ୫୦୦ଟିକେଟ । ଷ୍ଟାଡିୟମ୍ ଆଧୁନୀକରଣରେ ପୂର୍ବତନ ସଭାପତି ରଞ୍ଜୀବ ବିଶ୍ଵାଳଙ୍କ ବଡ଼ ଅବଦାନ ରହିଛି ।
ହେଲେ ଗୋଟିଏ ପରିବାର ଷ୍ଟାଡିୟମ୍କୁ ନିଜର ପୈତୃକ ସଂପତ୍ତି ଭାବି ମନମାନି କରୁଛନ୍ତି । ବାରବାଟି ଷ୍ଟାଡିୟମ୍ ଓ ଏହାର ପରିସର ପାଲଟିଛି ମଣ୍ଡପରେ । ଏଥିରୁ ପ୍ରଚୁର ଅର୍ଥ ଆତ୍ମସାତ କରୁଛନ୍ତି ଓ ସି ଏ କୁ ଦଖଲ କରିଥିବା ନିର୍ଦ୍ଧିଷ୍ଟ ପରିବାର।ଏଥିପାଇଁ ରାଜ୍ୟ ସରକାର ଆକ୍ସନ ନେବା ଦରକାର ।
ନିର୍ଦ୍ଦିଷ୍ଟ ପରିବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ଓସିଏରେ ନୂଆ ଟିମ୍ ଆସିବା ଦରକାର । ଯିଏ କ୍ରିକେଟ୍ ବ୍ୟଟ ନ ଧରିଛି ସେ ଓସିଏରେ ନ ରହିବା ଦରକାର । ଉଭୟ ବିସିସିଆଇ ଓ ରାଜ୍ୟ ସରକାର ଏହାର ସଠିକ୍ ତଦନ୍ତ କରିବା ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ।