ଡ୍ରାମା କୁଇନ୍‌ଙ୍କ ଚ୍ୟାଲେଞ୍ଜ; ନିର୍ବାଚନରେ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ନିଶ୍ଚିତ ଜିତିବେ...

Published By : Prameya-News7 Bureau | May 02, 2024 IST

ନୂଆଦିଲ୍ଲୀ ୦୨।୦୫: କଣ୍ଟ୍ରୋଭର୍ସି କୁଇନ୍‌ ରାଖୀ ସାଓ୍ବନ୍ତ । ପ୍ରତ୍ୟେକ ଦିନ କିଛି ନା କିଛି କାରଣ ପାଇଁ ବିବାଦ ଘେରି ହୋଇଥାନ୍ତି । ନିଜର ପର୍ସନାଲ୍‌ ଏବଂ ପ୍ରଫେସନାଲ୍‌ ଲାଇଫ୍‌କୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ବର୍ତ୍ତମାନ ପୁଣି ଆଲୋଚନାକୁ ଆସିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ । ସେ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ବିଷ ଓଗାଳିଛନ୍ତି । 

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ । ଯାହାକୁ ନେଇ ଏବେ ବଲିଉଡ଼ ଏବଂ ରାଜନୀତିରେ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି । ରାଖୀ କଙ୍ଗନାଙ୍କ ସହ ରାଜନୀତିରେ ମୁକାବିଲା କରିବାକୁ ଚାହୁଁଛନ୍ତି । ଯଦି କଂଗ୍ରେସ ତାଙ୍କୁ ସୁଯୋଗ ଦିଏ ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ରାଖୀ ସାୱନ୍ତ। ଏପରିକି ସେଠାରେ କଙ୍ଗନାଙ୍କୁ ସହଜରେ ପରାଜିତ ମଧ୍ୟ କରିବେ ବୋଲି କହିଛନ୍ତି ରାଖୀ ।

ଅଭିନେତ୍ରୀ କହିଛନ୍ତି, କଙ୍ଗନା ଗତ ୩ ରୁ ୪ ବର୍ଷ ଧରି ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ସଂଘର୍ଷ କରୁଛନ୍ତି। ବିରୋଧୀ ଦଳକୁ ସେ ସର୍ବଦା ଟାର୍ଗେଟ କରିଛନ୍ତି । ଏଣୁ ଏବେ ମୋତେ ବିଜେପିରୁ ଟିକେଟ ମିଳିବ ନାହିଁ । ବର୍ତ୍ତମାନ କଙ୍ଗନାଙ୍କ ସହ ମୁକାବିଲା କରିବାକୁ ହେଲେ ମୋତେ ବିପରୀତ ଦଳରେ ଠିଆ ହେବାକୁ ପଡ଼ିବ । ଏଣୁ ମୁଁ ରାହୁଲଙ୍କୁ ଅଫର ଦେଉଛି ଯେ ସେ ମୋତେ କଙ୍ଗନାଙ୍କ ବିପକ୍ଷରେ ପ୍ରାର୍ଥୀ କରନ୍ତୁ। ମୁଁ ନିଶ୍ଚିତ ଭାବେ ମଣ୍ଡିରୁ ବିଜେତା ହେବି ବୋଲି କହିଛନ୍ତି ରାଖୀ ସାୱନ୍ତ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.