ଖଲ୍ଲିକୋଟ ନିର୍ବାଚନୀ ହିଂସାର ତଦନ୍ତ କରିବ ଏସ୍‌ଆଇଟି, ଅନ୍ୟ ଅଭିଯୁକ୍ତଙ୍କୁ କରିବ ଗିରଫ

Published By : Prameya-News7 Bureau | May 17, 2024 IST

ଭୁବନେଶ୍ବର ୧୭।୫: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏସଆଇଟି । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି । ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ । ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରଠାରେ ରହି ଆଇନଶୃଙ୍ଖଳା ତଦାରଖ କରିବେ ବୋଲି ସୂଚନା ରହିଛି । 

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନୀ ହିଂସା ଉଗ୍ରରୂପ ଧାରଣ କରିଥିଲା । ଶ୍ରୀକୃଷ୍ଣଶରଣପୁର ଗାଁରେ ଗତ ବୁଧବାର ପୋଷ୍ଟର ମାରିବାକୁ ନେଇ ଘଟିଥିଲା ସଂଘର୍ଷ । ପ୍ରାୟ ୨୦ ଜଣ ଲୋକ ଆକ୍ରମଣ କରିଥିଲେ । ଯେଉଁଥିରେ ୪ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଶ୍ରୀକୃଷ୍ଣଶରଣପୁର ଗାଁର ଦିଲ୍ଲୀପ ପାହାନ । ଏବାପରେ ଖଲ୍ଲିକୋଟ ଥାନା ନିକଟରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତ ରହି ଭୁବନେଶ୍ୱର-ଆସ୍କା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ l ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ମୃତ ଦିଲ୍ଲୀପଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ୯ ଜଣଙ୍କୁ ଗିରଫ କରିଥିଲା ଖଲ୍ଲିକୋଟ ପୋଲିସ ।  ଗିରଫମାନଙ୍କୁ ନେବାବେଳେ ପୋଲିସ ସହିତ ସ୍ଥାନୀୟ ଲୋକଙ୍କ ସଂଘର୍ଷ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏପରିକି ୧୪୪ ଧାରା ଜାରି କରାଯାଇଥିଲା । ଘଟଣାରେ ଆହତ ଅନ୍ଯ ୩ ଜଣଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ MKCG ମେଡିକାଲ ସ୍ଥାନାନ୍ତର କରାଯାଇଛି ।

You Can Read :

ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ, ୮ ଲକ୍ଷ ଟଙ୍କା ଜରିମାନା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.