ଡକାୟତି ଯୋଜନା ପଣ୍ଡ, ୫ଡ଼କାୟତ ଗିରଫ ସହ ବିଭିନ୍ନ ମାରଣାସ୍ତ୍ର ଜବତ

Published By : Prameya-News7 Bureau | February 05, 2025 IST

ଚଣ୍ଡିଖୋଲ 05/02 : ଡ଼କାୟତି ଯୋଜନା ପଣ୍ଡ କରିବା ସହ ୫ଜଣ ଡ଼କାୟତ ଗିରଫ। ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଚନ୍ଦ୍ରପୁର ଓ ବଡ଼ଚଣା ପୋଲିସ ମିଳିତ ଭାବେ ଏହି ଡ଼କାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ଏକ ବୋଲେରୋ, ୨ଟି ପିକ ଅପ ଭ୍ୟାନ, ଗୋଟିଏ ଟାଟା ଏସିଇ ଗାଡି ସହ ବିଭିନ୍ନ ମାରଣାସ୍ତ୍ର ଓ ବହୁ ଚୋରି ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି। ଏଭଳି ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାଜପୁର ପୋଲିସ।

ବୁଧବାର ବାଲିଚନ୍ଦ୍ରପୁର ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ଼ ଏସଡିପିଓ।  ଥାନା ପତରାଜପୁର ନିକଟରେ ଥିବା ବିଦ୍ୟୁତ ଷ୍ଟକ ୟାର୍ଡ଼ରୁ ଏମାନେ ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ଏସପି ୟସ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ଏମାନଙ୍କୁ ଗିରିଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ଏକାଧିକ ଡ଼କାୟତି ମାମଲା ରହିଛି। ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.