ବିକ୍ରମଦେବ ବିଶ୍ବବିଦ୍ୟାଳୟର ଛାତ୍ର ରାମଚନ୍ଦ୍ର ମାଢୀଙ୍କୁ ଛୁରା ମାଡ ଘଟଣା,ଜଣେ ଅଭିଯୁକ୍ତ କାବୁ କଲା ପୋଲିସ

Published By : Prameya-News7 Bureau | February 05, 2025 IST

ଜୟପୁରୁ 05/02  :  ବିକ୍ରମଦେବ ବିଶ୍ବବିଦ୍ୟାଳୟର ଛାତ୍ର ରାମଚନ୍ଦ୍ର ମାଢୀଙ୍କୁ ଛୁରା ମାଡ ଘଟଣାରେ ପୋଲିସକୁ ମିଳିଛି ସଫଳତା । ୫ ନାବାଳକ ସହ ଜଣେ ଅଭିଯୁକ୍ତ ଗୌରବ ପରଜାକୁ କାବୁ କଲା ଟାଉନ ପୋଲିସ । ନାବାଳକ ମାନଙ୍କୁ ସୁଧାର ଗୃହକୁ ପଠାଯାଇଥିବା ବେଳେ ଅଭିଯୁକ୍ତ ଗୌରବକୁ କୋର୍ଟ ଚାଲାଣ କରାଯାଇଛି। ମୋବାଇଲ୍ ଲୁଟ ଉଦ୍ୟମ କରି ବିଫଳ ହେବା ପରେ ଅଭିଯୁକ୍ତମାନେ ରାମଚନ୍ଦ୍ରଙ୍କୁ କରିଥିଲେ ଛୁରାମାଡ ।


ଗଂଜେଇ ସେବନ ପରେ  ନିଶାଗ୍ରସ୍ତ ହୋଇ ଏମାନେ ଏମିତି କରୁଥିବା ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ। ଗତ ୩ତାରିଖ ଦିନ ସରସ୍ୱତୀ ମୂର୍ତ୍ତୀ ବିସର୍ଜନ କରି ବିଶ୍ବବିଦ୍ୟାଳୟ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସେପଟେ ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଛାତ୍ରଛାତ୍ରୀ ନିଜକୁ ଅସୁରକ୍ଷିତ ମଣିଛନ୍ତି। ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ରାମଚନ୍ଦ୍ରଙ୍କୁ ନ୍ୟାୟ ଦେବା ଦାବିରେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.