ସମ୍ବଲପୁର ୫।୨: ସମ୍ବଲପୁର ମଣପୁରମ୍ ଗୋଲ୍ଡ ଫାଇନାନ୍ସରେ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶଓ୍ବାନଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ପ୍ରଦାନ କରିଛନ୍ତି । ଆସାମ ଗୌହାଟୀରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହାପରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ସମ୍ବଲପୁର ପୋଲିସ । ଗତ ଜାନୁଆରୀ ୩ ତାରିଖରେ ୨୮ କେଜି ସୁନା ଓ ୪ ଲକ୍ଷ ଟଙ୍କା ସଶସ୍ତ୍ର ଡକାୟତି ହୋଇଥିଲା ।
ମଣପ୍ପୁରମ ଫାଇନାନ୍ସରୁ ସୁନା ଡକାୟତି ଘଟଣା, ବିହାର ଗଲା ସମ୍ବଲପୁର ପୋଲିସ
ସୂଚନାଯୋଗ୍ୟ ଯେ, ସମ୍ବଲପୁର ସହରର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ ଲିମିଟେଡ୍ରେ ହୋଇଥିଲା ସଶସ୍ତ୍ର ଡକାୟତି । ସକାଳ ପ୍ରାୟ ୯.୪୫ରୁ ୧୦ଟା ମଧ୍ୟରେ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଦେଖାଇ ୨୮କେଜିରୁ ଅଧିକ ଓଜନର ସୁନା ଓ ୪ ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଥିଲେ ।
ଆଇଜି ହିମାଂଶୁ ଲାଲ, ଏସ୍ପି ମୁକେଶ ଭାମୁ, ଏସ୍ଡିପିଓ ତୋଫାନ୍ ବାଗଙ୍କ ସହିତ ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ଆରମ୍ଭ କରିଥିଲେ । ଘଟଣା ଘଟିବାର କିଛି ସମୟ ମଧ୍ୟରେ ସମ୍ବଲପୁର ସୀମାକୁ ସିଲ୍ କରାଯିବା ସହ ବାହାର ରାଜ୍ୟକୁ ଟିମ୍ ପଠାଯାଇଥିଲା ମଧ୍ୟ । ଏହା ପୂର୍ବରୁ ମୁଥୁଟ୍ ଫାଇନାନ୍ସରେ ମଧ୍ୟ ଏଭଳି ଡକାୟତି ଘଟଣା ଘଟିଥିଲା ।
You Can Read:
କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଧମକପୂର୍ଣ୍ଣ କଲ୍, ୫୦ଲକ୍ଷ ନଦେଲେ ଜୀବନରୁ ମାରିଦେବାକୁ ଧମକ