ସମ୍ବଲପୁର ୨୭/୦୧: ମଣପ୍ପୁରମ ଫାଇନାନ୍ସରୁ ସୁନା ଡକାୟତି ଘଟଣା । ରିମାଣ୍ଡରେ ଆସିବ ସୁନା ଚୋରର ମାଷ୍ଟର ମାଇଣ୍ଡ । ଏଥିପାଇଁ ବିହାରର ପାଟନା ଯାଇଛି ସମ୍ବଲପୁରର ଗୋଟିଏ ସ୍ୱତନ୍ତ୍ର ଟିମ୍ । ସୁନା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ପୋଲିସ। ସମ୍ବଲପୁର ପୋଲିସର ଏକ ଟିମ୍ ବିହାର ଗସ୍ତ କରିଛି । ୧୦ ଦିନିଆ ରିମାଣ୍ଡରେ ଆଣିବା ପାଇଁ ୩ ଜଣ ଅଫିସରଙ୍କ ସମେତ ୧୦ ଜଣ ପୋଲିସ ବିହାର ଯାଇଛନ୍ତି ।
ସୂଚନା ଥାଉକି, ବିହାର ଜେଲରେ ଅଛି କୁଖ୍ୟାତ ଅପରାଧୀ ପଲ୍ଲୁ ସିଂହ। ଜେଲରେ ରହି ସେ ଡକାୟତିର ମାଷ୍ଟରପ୍ଲାନ୍ ତିଆରି କରିଥିଲା। ଗତ ୩ ତାରିଖରେ ସମ୍ବଲପୁର ମନ୍ନପୁରମ୍ ଗୋଲ୍ଡ ବ୍ୟାଙ୍କରୁ ୩୦ କେଜି ସୁନା ଲୁଟ୍ ହୋଇଥିଲା । ଘଟଣାରେ ପୂର୍ବରୁ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସମ୍ବଲପୁର ସହରର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ ଲିମିଟେଡ୍ରେ ହୋଇଥିଲା ସଶସ୍ତ୍ର ଡକାୟତି । ସକାଳ ପ୍ରାୟ ୯.୪୫ରୁ ୧୦ଟା ମଧ୍ୟରେ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଦେଖାଇ ୨୮କେଜିରୁ ଅଧିକ ଓଜନର ସୁନା ଓ ୪ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଥିଲେ ।
ଆଇଜି ହିମାଂଶୁ ଲାଲ, ଏସ୍ପି ମୁକେଶ ଭାମୁ, ଏସ୍ଡିପିଓ ତୋଫାନ୍ ବାଗଙ୍କ ସହିତ ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ଆରମ୍ଭ କରିଥିଲେ । ଘଟଣା ଘଟିବାର କିଛି ସମୟ ମଧ୍ୟରେ ସମ୍ବଲପୁର ସୀମାକୁ ସିଲ୍ କରାଯିବା ସହ ବାହାର ରାଜ୍ୟକୁ ଟିମ୍ ପଠାଯାଇଥିଲା ମଧ୍ୟ । ଏହା ପୂର୍ବରୁ ମୁଥୁଟ୍ ଫାଇନାନ୍ସରେ ମଧ୍ୟ ଏଭଳି ଡକାୟତି ଘଟଣା ଘଟିଥିଲା ।
also read...
ଯାଉଥିଲେ କଳସ ଶୋଭାଯାତ୍ରାରେ, ଓଲଟି ପଡିଲା ପିକ୍ଅପ୍ ଭ୍ୟାନ୍