ଗଲଗଲି ଶଙ୍ଖ ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ, ପର୍ଯ୍ୟଟନ ବିଭାଗକୁ ପଠାଗଲା ୩୫ ଲକ୍ଷ ଟଙ୍କାର ପ୍ରସ୍ତାବ

Published By : Prameya-News7 Bureau | February 05, 2025 IST

ଚଣ୍ଡିଖୋଲ: ସିଦ୍ଧପୀଠ ଗଲଗଲି ଶଙ୍ଖ ପର୍ଯ୍ୟଟନ କେନ୍ଦ୍ର ଆଧ୍ୟାତ୍ମିକ ତଥା ପୌରାଣିକ ଗୁରୁତ୍ଵ ରହିଛି । ଗରୁ ଗୀତା ଓ ମାଳିକାରେ ଏହି ପୀଠର ମାହାତ୍ମ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଶ୍ରୀ କ୍ଷେତ୍ର ପ୍ରାଚୀନ ବଡଦାଣ୍ଡ ଭାବେ ଏହାର ସୁଖ୍ୟାତି ରହିଛି । ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନୟନ କାର୍ଯ୍ୟ ପାଇଁ ୩୫ ଲକ୍ଷ ଟଙ୍କାର ପ୍ରସ୍ତାବ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ପ୍ରଦାନ କରାଯାଇଛି । 

ଗଲଗଲି ଶଙ୍ଖ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ଖୁବ ଶୀଘ୍ର ଅନୁଦାନ ମିଳିବ ବୋଲି ଧର୍ମଶାଳା ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନ କେନ୍ଦ୍ର ସିଦ୍ଧପୀଠ ଗଲଗଲି ଶଙ୍ଗଠାରେ ଆୟୋଜିତ ତ୍ରୟୋଦଶ ବିଶ୍ବଶାନ୍ତି ମହାଯଜ୍ଞର ଉଦ୍‌ଘାଟନ ଉସ୍‌ବରେ ଯାଜପୁର ଜିଲ୍ଲାପାଳଙ୍କ ପ୍ରତିନିଧ୍‌ ଭାବେ ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳମୁଖ୍ୟଅତିଥ୍‌ ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ପ୍ରାଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉସ୍‌ବରେ ଧର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୂପାନନ୍ଦ ପଣ୍ଡା ଉଦ୍‌ଘାଟକ ଭାବେ ଯୋଗଦେଇ ଆତିଥ୍ୟତା ଓ ଆଧ୍ୟାମ୍ବିକତା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ଅଟେ ବୋଲି କହିବା ସହିତ ଗଲଗଲି ଶଙ୍ଖପୀଠର ପୁନରୁଦ୍ଧାର ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ । 

ଉତ୍ସବରେ ପଟୁଣିଆ ସରପଞ୍ଚ ବୈଶାଳୀ ରାଉତ, କଂଟିଗଡିଆ ସମିତି ସଭ୍ୟ ଅରୂପାନନ୍ଦ ଜେନା, ଧର୍ମଶାଳା ପଂଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ବଳ, କୋତପୁର ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଜେନା, ସମାଜସେବୀ ଅଭିମନ୍ୟୁ ଧଳ, ନସିଡପୁର ଗ୍ରାମ ମୂରବି ପଦ୍ମନାଭ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଗଲିଗଲି ଶଙ୍ଖପୀଠର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ । ଯଜ୍ଞ କମିଟି ସଭ୍ୟ ପ୍ରଶାନ୍ତ ଜେନା ସାଗତ ଭାଷଣ ପ୍ରଦାନ କରିଥିଲେ। 

ଉତ୍ସବ ଆରମ୍ଭରେ ଅତିଥିମାନେ ଗଲିଗଲି ଶଙ୍ଖକୁ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିତିବା ଧର୍ମଶାଳାର ପୂର୍ବତନ ବିଧାୟକ ସ୍ଵର୍ଗତ ରବି ଲାବଣ୍ୟଙ୍କ ଫଟୋଟିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ଯଜ୍ଞ କମିଟି ସଭାପତି ବିବେକାନନ୍ଦ ଦାସ ମଂଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ । ଯୁବ ଆଇନଜୀବୀ ଶ୍ୟାମ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭାପରେ ସିଦ୍ଧାର୍ଥ ଟିଭିର ପ୍ରବଚକ ରବୀନ୍ଦ୍ର କୁମାର ମହାନ୍ତିଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ । କଳସ ଯାତ୍ରାରେ ପଟୁଣିଆ ଗେଙ୍ଗୁଟି ନଦିରୁ ଜଳ ଆଣି ଯଜ୍ଞମଣ୍ଡପରେ ପ୍ରତିଷ୍ଠା କରାଯାଇଥିଲା । ପରେ ଘଟସ୍ତ୍ରାପନ, ଯଜ୍ଞାଗ୍ନି ସ୍ତ୍ରାପନ, ମଣ୍ଡପ ପୂଜା, ରୂଦ୍ର ଆଳତୀ ଆଦି ଦେବନୀତି ସମ୍ପନ୍ନ ହୋଇଥଲା । ରବିବାର ସନ୍ଧ୍ୟାରେ ଯାଜପୁର ମୀ ବିରଜାଙ୍କ ମନ୍ଦିରରୁ ନାମସଂକୀର୍ତ୍ତନ ମଧ୍ୟରେ ଆଜ୍ଞାମାଳ ଅଣାଯାଇ ଅଙ୍କୁରାରୋପଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.