ବାଲିପାଟଣା: ରଙ୍ଗବଜାର ନିକଟ କୁଆଖାଇରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣା। ଦୁଇ ଛାତ୍ରଙ୍କୁ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବେ ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ସୂଚନାଥାଉକି, ବୁଧବାର ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟରେ ଥିବା କୁଆଖାଇ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ ଦୁଇ ଛାତ୍ର । ହେଲେ ମୂର୍ତ୍ତି ବିସର୍ଜନବେଳେ ପାଣିରେ ବୁଡ଼ିଯାଇଥିଲା। ସେମାନନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତଦେହ ଘୋଷଣା କରିଥିଲେ। ଦୁଇ ମୃତ ଛାତ୍ର ଭୁବନେଶ୍ୱର ପିଚୁ ବସ୍ତି ଅଞ୍ଚଳ ବୋଲି ଜଣାପଡ଼ିଛି । ଘଟଣାରେ ବାଲିଅନ୍ତା ପୋଲିସ ଛାନ୍ଭିନ୍ ଜାରି ରଖିଛି ।