ନୀଳଗିରି ୧୭।୫: ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡାଦେଶ ଓ ୮ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି ନୀଳଗିରି ଏସଡିଜେଏମ ଇପସି ମହାନ୍ତି । ଜରିମାନା ଅନାଦେୟ ଅଧିକ ତିନି ମାସ ଜେଲ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଅଭିଯୁକ୍ତ ହେଲେ ଭୋଗରାଇ ଥାନା ଅଧିନ ମନ୍ଦାରସାହି ଗ୍ରାନର ଜୀବନ କୃଷ୍ଣ କରଣ ।
ସୂଚନାଯୋଗ୍ୟ ଯେ, ୨୦୨୨ ମସିହାରେ ବେଗୁନିଆ ଗ୍ରାମର ଦୀପକ କୁମାର ମାହାନ୍ନାଙ୍କ ଠାରୁ ୭ ଲକ୍ଷ ଟଙ୍କା ଧାର ନେଇ ଚେକ୍ ଦେଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଚେକ୍ଟି ବାଉନ୍ସ ହୋଇଯାଇଥିଲା । ପରେ ଦୀପକ କୁମାର ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାକୁ ଦୀପକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦିଗମ୍ବର ସ ପରିଚାଳନା କରୁଥିଲେ ।
You Can Read :
ସାଲିଆସାହିରେ ପ୍ରଚାର କଲେ ହେମା ମାଳିନୀ, ‘ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେଲେ ବିକାଶ ହେବ’