ଭୁବନେଶ୍ବର ୧୭।୫: ଭୁବନେଶ୍ବର ସାଲିଆସାହିରେ ଆୟୋଜିତ ବିଜେପି ଆଶୀର୍ବାଦ ସମାବେଶରେ ଯୋଗ ଦେଲେ ବିଜେପି ସାଂସଦ ତଥା ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତ୍ରୀ ହେମା ମାଳିନୀ । ଆୟୋଜିତ ସମାବେଶରେ ଯୋଗଦେଇ ଓଡିଶୀ ନୃତ୍ୟ ଗୁରୁ କେଳୁ ଚରଣ ମହାପାତ୍ରଙ୍କ କଥା ମନେ ପକାଇଛନ୍ତି ହେମା । ସୁଭଦ୍ରା ଯୋଜନା କଥା ମଧ୍ୟ କହିଛନ୍ତି । ବିଜେପି ସରକାର ଆସିଲେ ମହିଳାଙ୍କୁ ୫୦ ହଜାର ସହାୟତା ଦେବ । ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସରକାର ଥିଲା ବିଜେଡି ସରକାର ଅଛି । ହେଲେ ଓଡ଼ିଶାରେ ଦୁର୍ନୀତି ବଢିଛି, ବେକାରୀ ବଢିଛି, ଅପରାଧ ବଢିଛି । ଓଡିଶାରେ ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଅଛି । ପର୍ଯ୍ୟଟନର ଯେମିତି ବିକାଶ ହେବା କଥା ହୋଇନି । ବିଜେଡି ବିକାଶରେ ଧ୍ୟାନ ଦେଉନି ।
ଦେଶରେ ମୋଦି କେମିତି ବିକାଶ କରିଛନ୍ତି । ଓଡିଶା ଲୋକଙ୍କ ଯାଏଁ ପହଞ୍ଚୁ ନାହିଁ । ମୋଦି ୧୮ ଲକ୍ଷ କୋଟି ଦେଇଛନ୍ତି । ଅନେକ ଜନ କଲ୍ୟାଣ ଯୋଜନା କରିଛନ୍ତି । ହେଲେ ଓଡ଼ିଶାରେ ସେତିକି ବିକାଶ ନଜରକୁ ଆସୁନି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହେବ । ଓଡ଼ିଶାରେ ବ୍ୟାପକ ଅପପୁଷ୍ଟି ଅଛି । ତେଣୁ ମହିଳା ବିକାଶ ଆଉ ପୋଷଣରେ ବି ଯେତିକି ଧ୍ୟାନ ଦେବା କଥା ରାଜ୍ୟ ସରକାର ଦେଇ ନାହାନ୍ତି । ମୋଦୀ ମାଗଣା ରାସନ ଦେଉଛନ୍ତି, ଶୌଚାଳୟ, ଘର ଦେଇଛନ୍ତି । ଘରେ ନବସି ଡବଲ ପଦ୍ମରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କଲେ ହେମା ମାଳିନୀ ।
You Can Read :
ଫାଇନାନ୍ସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ : ଜଳିପୋଡି ପାଉଁଶ ହୋଇଗଲା ଆସବାବପତ୍ର ସହ ରେକର୍ଡପତ୍ର