ବାଲେଶ୍ବର ୧୭।୫: ବାଲେଶ୍ବର ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଗୁରୁତ୍ବପୂର୍ଣ୍ଣ ଆସବାବପତ୍ର ଓ ରେକର୍ଡପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇନାହିଁ । ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି ।
ଚାହୁଁଚାହୁଁ ନିଆଁ ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କାର୍ଯ୍ୟାଳୟର ଏସି, କମ୍ପ୍ୟୁଟର, ବହୁ ଆସବାବପତ୍ର ସମେତ ଅଫିସ ଫାଇଲ ପତ୍ର ଜଳିଯାଇଛି ।
You Can Read :
ଆସନ୍ତା ୧୯ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ପୁରୀରେ ରୋଡ୍ ଶୋ’, କଟକରେ କରିବେ ଜନସଭା