ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି, ଫେବ୍ରୁଆରୀ ୫ରେ ସଂଧ୍ୟା ୬.୩୦ ଯାଏଁ ଏକଜିଟ୍ ପୋଲ୍ ଉପରେ ବ୍ୟାନ୍

Published By : Prameya-News7 Bureau | February 03, 2025 IST

ନୂଆଦିଲ୍ଲୀ: ଦିଲ୍ଲୀରେ ଦୁଇ ଦିନ ପରେ ଫେବ୍ରୁଆରୀ ୫ରେ ୭୦ ଆସନ ପାଇଁ ମତଦାନ ହେବ । ମତଦାନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଫେବ୍ରୁଆରୀ ୫ରେ ସକାଳ ୭ଟାରୁ ସଂଧ୍ୟା ୬.୩୦ ଯାଏ ଏକଜିଟ୍ ପୋଲ୍ ଉପରେ ସମ୍ପୂର୍ଣ୍ଣ ବ୍ୟାନ ରହିବ । ନିର୍ଦ୍ଦେଶନାମା ଅନୁସାରେ  ଯେପର୍ଯ୍ୟନ୍ତ ମତଦାନ ଚାଲିବ, ସେପର୍ଯ୍ୟନ୍ତ କୌଣସି ଏକଜିଟ୍ ପୋଲ୍ ପ୍ରସାରଣ ହେବ ନାହିଁ । ସଂଧ୍ୟା ୬.୩୦ ପରେ ମିଡିଆରେ ଏକଜିଟ୍ ପୋଲ୍ ଦେଖାଯାଇପାରିବ । ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରୀ ୫ରେ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଏହାସହ ଅନ୍ୟ ଦୁଇ ରାଜ୍ୟରେ ମଧ୍ୟ ଉପନିର୍ବାଚନ ହେବ ।

ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭାର ୭୦ ଆସନ ସମେତ ଉତ୍ତର ପ୍ରଦେଶର ମିଲ୍କିପୁର ବିଧାନସଭା ଏବଂ ତାମିଲନାଡ଼ୁର ଇରୋଡ ଆସନ ପାଇଁ ମତଦାନ ହେବ । ଏଥିପାଇଁ ଆଜି ସୋମବାର ସଂଧ୍ୟାରୁ ପ୍ରଚାର ଥମିଛି । ଶେଷ ଦିନରେ ସବୁ ରାଜନୈତିକ ଦଳ ନିଜ ସପକ୍ଷରେ ଜନତାଙ୍କ ମତ କରିବା ପାଇଁ ସବୁ ଉଦ୍ୟମ କରିଛନ୍ତି । ପ୍ରଚାର ଶେଷ ଦିନରେ ବିଜେପି ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଜଙ୍ଗପୁରାରେ ଆୟୋଜିତ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରିଥିଲେ । ଆମ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିବା ସହ  'ଶୀଶମହଲ'କୁ ନେଇ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଥିଲେ । ଶାହ କହିଥିଲେ ଯେ ବିଜେପି କ୍ଷମତାକୁ ଆସିଲେ ଶୀଶମହଲକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.