ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆରାଧ୍ୟା ବଚ୍ଚନ, ଗୁଗଲକୁ ନୋଟିସ୍‌ ଜାରି

Published By : Prameya-News7 Bureau | February 03, 2025 IST

News7

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବଚ୍ଚନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମିଥ୍ୟା ଖବର ପ୍ରସାରଣ କରି ଆରାଧ୍ୟା ପୁଣି ଥରେ କୋର୍ଟରେ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଭୁଲ ତଥ୍ୟ ଅନେକ ପୋର୍ଟାଲ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍‌ ହୋଇଛି। ଏଭଳି ମିଥ୍ୟା ଖବରକୁ ଯଥାଶୀଘ୍ର ହଟାଇବାକୁ ଆରାଧ୍ୟା ଦାବି କରିଛନ୍ତି। ଅରାଧ୍ୟାଙ୍କ ଆବେଦନ ଉପରେ ଗୁଗୁଲ ଏବଂ ଅନ୍ୟାନ୍ୟ ୱେବସାଇଟକୁ କୋର୍ଟ ନୋଟିସ ଜାରି କରିଛନ୍ତି।

ଆରାଧ୍ୟା ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଏକ ନୂଆ ଆବେଦନ କରିଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀ ହାଇକୋର୍ଟ ଗୁଗୁଲ ଏବଂ ୱେବସାଇଟକୁ ନୋଟିସ ଜାରି କରିଛନ୍ତି। ଖବର ଅନୁଯାୟୀ, ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ମାର୍ଚ୍ଚ ୧୭ରେ ହେବାର କାର୍ଯ୍ୟକ୍ରମ ରହିଛି। 

ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ଓକିଲ ସୋମବାର, ହାଇକୋର୍ଟଙ୍କୁ କହିଛନ୍ତି ଯେ ଆଉ କିଛି ଅପଲୋଡର୍ ହାଜର ହୋଇନାହାଁନ୍ତି। ନିଜକୁ ରକ୍ଷା କରିବାର ଅଧିକାର ପୂର୍ବରୁ ବନ୍ଦ ହୋଇସାରିଛି। 2023 ମସିହାରେ ଆରାଧ୍ୟା ବଚ୍ଚନ ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲ ଏବଂ ପୋର୍ଟାଲକୁ ଏପରି ସୂଚନା ଏବଂ ଭିଡିଓ ପ୍ରସାରଣରୁ ନିବୃତ୍ତ କରିବାକୁ ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯେଉଁଥିରେ ଗୁରୁତର ଅସୁସ୍ଥତା ବିଷୟରେ ଭୁଲ ତଥ୍ୟ ଦିଆଯାଇଥିଲା।

ଏହାପୂର୍ବରୁ ମଧ୍ୟ ଆରାଧ୍ୟା ଜଣେ ନାବାଳିକା ବୋଲି ଯୁକ୍ତି କରି ଏପରି ରିପୋର୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। 2023 ମସିହାରେ ଦିଲ୍ଲୀ ହାଇକୋର୍ଟ ଗୁଗୁଲକୁ ଏହି ନିର୍ଦ୍ଦେଶ ଦେଇଥିଲେ। ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସହ ଜଡିତ ସମସ୍ତ ୟୁଟ୍ୟୁବ୍ ଭିଡିଓ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆରାଧ୍ୟା କହିଛନ୍ତି ଯେ କିଛି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ପୋର୍ଟାଲରେ ସେହି ସୂଚନା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.