ଭୁବନେଶ୍ୱର ୦୩/୦୨: ମାଆ ବାରଭୂଜାଙ୍କ ପାଖରେ ହେଲା ଠେଙ୍ଗା ପୂଜା । ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସହଯୋଗୀ ମାନେ ଠେଙ୍ଗା ପୂଜା କରିଛନ୍ତି । ଶହେ ଠେଙ୍ଗା ପୂଜା କରାଯାଇଛି । ଆରମ୍ଭ ହେବାକୁ ଥିବା ଖଣ୍ଡଗିରି କୁମ୍ଭ ମେଳାରେ ଅନୁଷ୍ଠିତ ହେବାକୁ ଯାଉଥିବା ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ କମେଡି କଲେ ଠେଙ୍ଗା ବୁଲିବ ବୋଲି ବିଧାୟକ କହିଛନ୍ତି ।
ଏକାମ୍ର ବିଧାୟକ କହିଛନ୍ତି କି, ଯେଉଁମାନେ ସଂସ୍କୃତି ବିରୋଧୀ ସେମାନେ ରାଷ୍ଟ୍ର ବିରୋଧୀ । ତେଣୁ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେହି ଯାତ୍ରା ପାର୍ଟିକୁ ଖଣ୍ଡଗିରିରେ ବ୍ୟାନ କରାଯିବ । ବିଧାୟକ ଚେତାଇ ଦେଇ କହିଛନ୍ତି ଯ, କେବଳ ଖଣ୍ଡଗିରିରେ ନୁହେଁ ପୁରା ରାଜ୍ୟରେ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେଠାରେ ବିରୋଧ କରାଯିବ । ସେଠି ବି ଠେଙ୍ଗା ବୁଲିବ । ଓଡ଼ିଆ ଅସ୍ମିତା, ଓଡ଼ିଆ ମାନ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଠେଙ୍ଗା ରଖାଯାଇଛି ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।
ସୂଚନା ଥାଉକି, ସୋମବାର ସକାଳେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍ ନେଇ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍ସି କମିଶନର । ସେ କହିଛନ୍ତି ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି ।
ଏପରିକି ଗତ କିଛିଦିନ ତଳେ କୁହାଯାଇଥିଲା କି, ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଲୀଳ ନୃତ୍ୟ । ବାହାର ଆଇଟମ ଡ୍ୟାନସରଙ୍କୁ ଖଣ୍ଡଗିରି ମନା । ଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଛି । ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ବାହାର ଆଇଟମ ଡ୍ୟାନ୍ସରଙ୍କୁ ଆଣିବାକୁ ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସିଧା ମନା କରାଯାଇଛି । ଏବେ ଦେଖାଯାଉ ଯେ, ଆଗକୁ ଏହି ନିଷ୍ପତ୍ତି ବଳବତ୍ତର ରହିବ ନା ବିରୋଧ ହେବ ତାକୁ ହିଁ ଅପେକ୍ଷା ।