୯ କୋଟି ଟଙ୍କା ଠକେଇ ଅଭିଯୋଗ: ଆଲୋକ ନାଥ, ଶ୍ରେୟାସ ତଲପଡ଼େଙ୍କ ବିରୋଧରେ ଏଫ୍‌ଆଇଆର୍‌

Published By : Prameya-News7 Bureau | February 03, 2025 IST

ମୁମ୍ଵାଇ ୦୩।୦୨; ବଲିଉଡ ଅଭିନେତା ଆଲୋକ ନାଥ, ଶ୍ରେୟାସ ତଲପଡ଼େ ଅସୁବିଧାରେ ପଡିଛନ୍ତି। ଉତ୍ତର ପ୍ରଦେଶର  ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଗତ ଗୋମତି ନଗର ଥାନାରେ ଅଭିନେତା ଆଲୋକ ନାଥ, ଶ୍ରେୟାସ ତଲପଡ଼େ ଏବଂ ଏକ କ୍ରେଡିଟ କୋଅପରେଟିଭ ସୋସାଇଟିର ୫ ଜଣ ସଦସ୍ୟଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି । ଏହି ୭ ଜଣ ୪୫ ନିବେଶକଙ୍କର ୯.୧୨ କୋଟି ଟଙ୍କା ଠକିଥିବା ନେଇ ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି । ଆଉ ବହୁସ୍ତରୀୟ ମାର୍କେଟିଂ ସ୍କାମ୍‌ରେ ଏମାନଙ୍କ ବିରୋଧରେ ହରିୟାଣାର ସୋନିପତରେ ବି ମାମଲା ରୁଜୁ ହୋଇଛି । 

ଏକ ସମବାୟ ସଂସ୍ଥା ସହ ମଧ୍ୟ ଏହି ମାମଲା ଜଡ଼ିତ । ସଂସ୍ଥା  ଲୋକଙ୍କ ଠାରୁ ୬ ବର୍ଷ ଧରି ଟଙ୍କା ସଂଗ୍ରହ କରିବା ପରେ ଅଚାନକ କୁଆଡେ ଉଭା ହୋଇଯାଇଥିଲା । ଲୋକେ ସେମାନଙ୍କ ଟଙ୍କା ମାଗିବାରୁ ନିର୍ଦ୍ଦେଶକ ଫେରାର ହୋଇଯାଇଥିଲେ । ଉଭୟ ଅଭିନେତା ସଂସ୍ଥାର ଉକ୍ତ ନିବେଶ ସ୍କିମ୍‌ ପାଇଁ ପ୍ରଚାର କରିଥିଲେ । ଏହାଛଡ଼ା ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଅଭିନେତା ସୋନୁ ସୁଦ ବି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.