ମୁମ୍ଵାଇ ୦୩।୦୨; ଲସ୍ ଆଞ୍ଜେଲସର ଡାଉନଟାଉନ୍ ସ୍ଥିତ କ୍ରିପ୍ଟୋଟାଉନ୍ ଆରେନାରେ ୬୭ତମ ଗ୍ରାମୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଟ୍ରେଭର ନୋଆ ପରିଚାଳନା କରିଥିଲେ। ସଙ୍ଗୀତ ଜଗତର ପ୍ରତିଭାଶାଳୀ କଳାକାର ଏବଂ ପପ୍ ସଙ୍ଗୀତର ବଡ଼ ବଡ଼ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। 'କାଓବୟ କାର୍ଟର' ପାଇଁ ବିୟୋନ୍ସେଙ୍କୁ ସର୍ବୋତ୍ତମ କଣ୍ଟ୍ରି ଆଲବମ୍ ମିଳିଛି। ସାବ୍ରିନା କାର୍ପେଣ୍ଟର ଶ୍ରେଷ୍ଠ ପପ୍ ଭୋକାଲ୍ ଆଲବମ୍ ପାଇଁ ପୁରସ୍କାର ଜିତିଛନ୍ତି।
BEYONCE! pic.twitter.com/fLyt3puyya
— Beyoncé Press. (@beyoncepress) February 3, 2025
ବିୟୋନ୍ସ ତାଙ୍କ ପ୍ରସିଦ୍ଧ ଆଲବମ୍ 'କାଓବୟ କାର୍ଟର' ପାଇଁ ସର୍ବାଧିକ (୧୧) ନାମାଙ୍କନ ପାଇଥିଲେ। ସେ ତାଙ୍କ କ୍ୟାରିୟରରେ ୩୨ଟି ଗ୍ରାମୀ ପୁରସ୍କାର ଜିତିଛନ୍ତି। ଶ୍ରେଷ୍ଠ କଣ୍ଟ୍ରି ଆଲବମ୍ ଜିତିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବିଜୟ ପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଦେଲେ। ସେ କହିଥିଲେ ଯେ ସେ ଏହା ଆଶା କରୁନଥିଲେ।
Congrats Best Country Album winner - 'COWBOY CARTER' @beyonce. #GRAMMYs pic.twitter.com/vYZF6vmhrz
— Recording Academy / GRAMMYs (@RecordingAcad) February 3, 2025
ଚନ୍ଦ୍ରିକା ଟଣ୍ଡନ ଅନୁଷ୍କା ଶଙ୍କର-ରାଧିକା ଭେକାରିଆଙ୍କୁ ପଛରେ ପକାଇଥିଲେ
'ତ୍ରିବେଣୀ' ପାଇଁ ନ୍ୟୁ ଏଜ୍, ଆମ୍ବିଏଣ୍ଟ୍ ବର୍ଗରେ ଗ୍ରାମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ଭାରତୀୟ-ଆମେରିକୀୟ ଚନ୍ଦ୍ରିକା ଟଣ୍ଡନ, ୱାଉଟର କେଲରମ୍ୟାନ୍ ଏବଂ ଏରୁ ମାଟସୁମୋଟୋ ଗ୍ରାମୀ ପୁରସ୍କାର ଜିତିଛନ୍ତି। ଏହି ବର୍ଗରେ ରିକି କେଜ୍, ରୁଇଚି ସାକାମୋଟୋ, ଅନୁଷ୍କା ଶଙ୍କର ଏବଂ ରାଧିକା ଭେକାରିଆଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା। ଚନ୍ଦ୍ରିକା ଭାରତୀୟ ପୋଷାକରେ ଆୱାର୍ଡ ଶୋ’କୁ ପହଞ୍ଚିଥିଲେ। ତାଙ୍କର ପାରମ୍ପରିକ ଲୁକ୍ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ପାଲଟିଛି।
Congrats @wouterkellerman Eru Matsumoto and Chandrika Tandon - Grammy win for “Triveni”: Best New Age, Ambient or Chant Album #Grammys #GRAMMYS2025 pic.twitter.com/9su1DJLrbO
— Jennifer Su (Jen Su) (@jennifer_su) February 2, 2025
ଭାରତରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ଫେବୃଆରୀ ୩ରେ ଗ୍ରାମି ଆୱାର୍ଡ୍ସକୁ ଷ୍ଟ୍ରିମ୍ କରାଯାଇଛି। ଏଥର ସଙ୍ଗୀତ ଜଗତର ଅନେକ ପ୍ରସିଦ୍ଧ ଚେହେରା ତାଙ୍କ ନାଁରେ ପୁରସ୍କାର କରିଛନ୍ତି । ଜାଣନ୍ତୁ ପୂରା ଲିଷ୍ଟ ବିଷୟରେ…
ବେଷ୍ଟ କଣ୍ଟ୍ରି ଆଲବମ୍- କାଓବଏ କାର୍ଟର୍ ସଙ୍ଗ୍, ବିୟୋନ୍ସେ
ବେଷ୍ଟ ରାପ୍ ଆଲବମ୍- ଆଲିଗେଟର୍ ବାଇଟ୍ସ ନେଭର୍ ହ୍ୱିଲ୍ ସଙ୍ଗ୍, ଡିଏଚି
ବେଷ୍ଟ ପପ୍ ଭୋକାଲ୍ ଆଲବମ୍- ସର୍ଟ ଆଣ୍ଡ୍ ସ୍ୱିଟ୍ ସଙ୍ଗ୍, ସବରୀନା କାର୍ପେଣ୍ଟର୍
ବେଷ୍ଟ ଗସ୍ପଲ ପ୍ରଦର୍ଶନ ସଙ୍ଗ୍ - ୱାନ୍ ହାଲେଲୁଜା
ପ୍ରଡ୍ୟୁସର ଅଫ୍ ଦି ଇୟର୍, ନନ୍ କ୍ଲାସିକାଲ୍ - ଡାନିଏର ନିଗ୍ରୋ
ସଙ୍ଗ୍ ରାଇଟର୍ ଅଫ୍ ଦି ଇୟର୍, ନନ୍ କ୍ଲାସିକାଲ୍ - ଆମି ଆଲେନ୍
ବେଷ୍ଟ କଣ୍ଟ୍ରି ସଙ୍ଗ୍- କେସି ମୁସଗ୍ରେଭସ୍
ବେଷ୍ଟ କ୍ଲାସିକାଲ୍ ସୋଲୋ ଭୋକାଲ୍ ଆଲବମ୍ – କ୍ୟାରେନ୍ ସ୍ଲାକ୍
ବେଷ୍ଟ ରକ୍ ଆଲବମ୍- ହ୍ୟାକନି ଡାଏମଣ୍ଡ୍ ସଙ୍ଗ୍, ଦି ରୋଲିଂ ଷ୍ଟୋନ୍
ବେଷ୍ଟ ରାପ୍ ପରଫମାନ୍ସ ପରର୍ଫମାନ୍ସ – ନଟ୍ ଲାଇକ୍ ଅସ୍ - କେଣ୍ଡ୍ରିକ୍ ଲାମାର
ବେଷ୍ଟ ଟ୍ରାଡିସନାଲ୍ ପପ୍ ଭୋକାଲ୍ ଆଲବମ୍ – ଭିଜନ୍, ନୋରା ଜୋନ୍ସ
ବେଷ୍ଟ କଣ୍ଟେମ୍ପରୀ ଅନଷ୍ଟ୍ରୁମେଣ୍ଟାଲ୍ ଆଲବମ୍ - ପ୍ଲଟ୍ ଅର୍ମର, ଟେଲର ଇଗଷ୍ଟି
ବେଷ୍ଟ ଲାଟିନ୍ ପପ୍ ଆଲବମ୍- ଶକିରା
ବେଷ୍ଟ ନ୍ୟୁ ଏଜ୍, ଆମ୍ବିଏଣ୍ଟ୍ ଆଲବମ୍ - ତ୍ରିବେଣୀ, ଭାରତୀୟ-ଆମେରିକୀୟ ସିଙ୍ଗ୍ ଚନ୍ଦ୍ରିକା ଟଣ୍ଡନ୍
ରେକର୍ଡ ଅଫ୍ ଦି ଇୟର୍- କେଣ୍ଡ୍ରିକ୍ ଲାମାର
ସର୍ବୋତ୍ତମ ପପ୍ ଡୁଓ - ଲେଡି ଗାଗା ଏବଂ ବ୍ରୁନୋ ମାର୍ସ