ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣର ଜବାବ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଆମେ ବର୍ଷ ବର୍ଷ ଧରି ରାଷ୍ଟ୍ରପତିଙ୍କ ଭାଷଣ ଶୁଣି ଆସୁଛୁ। ସେଥିରେ ସମାନ ସମସ୍ୟା ଓ ସମାନ ସମାଧାନର ରାସ୍ତା ଶୁଣି ଆସିଛୁ। ମାତ୍ର ଆଜି ପର୍ଯ୍ୟନ୍ତ ଦେଶ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ। ଏହା ଏମିତି ଏକ ଲଣ୍ଡ୍ରି ଯେଉଁଠି ସଫା ହୋଇ ପ୍ରତ୍ୟେକ ସରକାର ସମାନ କଥା ଉପସ୍ଥାପନ କରି ଚାଲିଛନ୍ତି। କେବଳ ଏତିକି ନୁହେଁ ଏହି ସମୟରେ ରାହୁଲ କଂଗ୍ରେସ ନେତୃତ୍ଵରେ ୧୦ ବର୍ଷ ଚାଲିଥିବା ୟୁପିଏ ସରକାର ବିଷୟରେ ଉଲ୍ଲେଖ କରିଛନ୍ତି। ୟୁପିଏ ସରକାର ରୋଜଗାର ଦେବାରେ ବିଫଳ ହୋଇଥିବା ରାହୁଲ କହିଛନ୍ତି। ଏହା ସହିତ ଏହି ପ୍ରସଙ୍ଗରେ ବର୍ତ୍ତମାନର ଏନଡିଏ ସରକାରଙ୍କୁ ମଧ୍ୟ ଶାଣିତ ସ୍ଵରରେ ହମଲା କରିଛନ୍ତି।
ରାହୁଲ କହିଛନ୍ତି, ଦେଶର ଭବିଷ୍ୟତ ଯୁବ ପିଢିଙ୍କ ହାତରେ ଅଛି ଏବଂ ଆମକୁ ସେମାନଙ୍କ ସହ କଥା ହେବାକୁ ପଡ଼ିବ। ସମସ୍ତେ ସ୍ଵୀକାର କରିବେ ଯେ, ହୋଇପାରୁ ଆମେ ଦ୍ରୁତ ଗତିରେ ପ୍ରଗତି କରିଛନ୍ତି, ମାତ୍ର ଏହା ବାସ୍ତବତା ଯେ ଆମେ ସମସ୍ତେ ରୋଜଗାର ଦେବାରେ ବିଫଳ ହୋଇଛୁ। ନା ୟୁପିଏ ସରକାର ନା ଆଜିର ଏନଡିଏ ସରକାର ଏଥିରେ ସଫଳ ହୋଇଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
Also read: ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଘଟଣା, ସୋନିଆ ଗାନ୍ଧୀଙ୍କ ନାମରେ ମାମଲା
ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ମେକ୍ ଇନ ଇଣ୍ଡିଆର ପ୍ରସ୍ତାବ ରଖିଥିଲେ, ଯାହା ଏକ ଭଲ ଆଇଡିଆ ଥିଲା। ଆମେ ଏହି ନାଁରେ ଅନେକ କାର୍ଯ୍ୟକ୍ରମ ଦେଖିଲୁ, ମାତ୍ର ଆଜି ଏହାର ସଫଳତା ହାର କେବଳ ୧୨ ପ୍ରତିଶତ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୌଣସି ଭୁଲ୍ ନାହିଁ, ମାତ୍ର ଏହା ସତ ଯେ, ଯୋଜନା ଫେଲ୍ ମାରିଛି।
ସେ କହିଛନ୍ତି, କୌଣସି ବି ଦେଶର ଆର୍ଥିକ ପ୍ରଗତି ପାଇଁ ମ୍ୟାନୁଫେକଚରିଂ, ଉତ୍ପାଦନ ଓ ସର୍ଭିସେସ୍ର ବିକାଶ ବହୁତ ଜରୁରୀ। ୧୯୯୦ ପରଠୁ ସମସ୍ତ ଦେଶ ଏହି କ୍ଷେତ୍ରରେ ଅନେକ କାମ କରିଛନ୍ତି। ଆଦାନୀ ଓ ଅମ୍ବାନୀ ସର୍ଭିସେସ୍କୁ ମଜବୁତ କରିଛନ୍ତି, ମାତ୍ର ଉତ୍ପାଦନ ଦୁର୍ବଳ ହୋଇଛି। ଏହି କାରଣରୁ ଆଜି ଭାରତରେ ସବୁ ଜିନିଷା ଆସେମ୍ବଲ କରାଯାଉଛି। କିନ୍ତୁ ଜିନିଷର ଉତ୍ପାଦନ ହୋଇ ପାରୁନି। ଏହା ହିଁ ଆମର ସବୁଠୁ ବଡ଼ ତ୍ରୁଟି। ଯେବେ ଆମେ କୌଣସି ପୋଷାକ କିମ୍ବା ମୋବାଇଲ କିଣନ୍ତି ତେବେ ଚୀନକୁ ଆମ ଟ୍ୟାକ୍ସ ପୈଠ କରୁଛନ୍ତି। ଏଥପାଇଁ ମୋର ପରାମର୍ଶ ଉତ୍ପାଦନ ଉପରେ ଧ୍ୟାନ ଦିଅନ୍ତୁ ସରକାର।