ଭୁବନେଶ୍ୱର ୦୩/୦୨: ଫେବୃଆରୀ ପ୍ରଥମ ସପ୍ତାହରେ ନିଯୁକ୍ତି ହେବେ DRO । ତା ପରେ ନିଯୁକ୍ତି ପାଇଵେ ARO । ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ । ଏଥିରେ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ଷ୍ଟେଟ କାଉନସିଲ ସଦସ୍ୟ ବି ଏହି ସମୟରେ ନିର୍ବାଚିତ ହେବେ । ଏହା ସହ ଦଳୀୟ ସଭାପତି ନିର୍ବାଚନ ହେବେ ବୋଲି ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ଅମାତ ।
ସେ କହିଛନ୍ତି ବରିଷ୍ଠ ଓ ଯୁବଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ହେବ । ପୂର୍ବରୁ ବିଜେଡିରେ ନା କୌଣସି ସମସ୍ୟା ଥିଲା କି ଏବେ ବି ନାହିଁ । ବିଜେଡି ସମନ୍ୱୟ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପ୍ରଦୀପ ଅମାତ । କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବୈଠକ ବସିଥିଲା ।
ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଓ ଆସନ୍ତା ବିଜୁ ଜୟନ୍ତୀ ପାଳନ ନେଇ ବୈଠକରେ ଆଲୋଚନା ହୋଇଛି । ଏଥିସହ ଆଗକୁ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ନେଇ ବି ଖସଡ଼ା ପ୍ରସ୍ତୁତ ହେଉଛି । ବୈଠକରେ ସାମିଲ ହୋଇଥିଲେ ସମନ୍ୱୟ କମିଟିର ୧୩ସଦସ୍ୟ । ବାକି ସମସ୍ତ ସଦସ୍ୟ ଭର୍ଚୁଆଲରେ ସାମିଲ ହୋଇଥିଲେ ।
also read...
ଘରୁ ଚୋରି ପରେ ଡରିଗଲେଣି ରାଜନେତା, ପୋଲିସ କାର୍ଯ୍ୟଦକ୍ଷତା ନେଇ ଉଠାଇଲେ ପ୍ରଶ୍ନ