ଚାଷୀ ବେଶରେ ଜିଲ୍ଲାପାଳ ମଣ୍ଡି ଯିବା ଘଟଣା, ଜିଲ୍ଲାପାଳ କହିଲେ ଚଢାଉ କାରଣ

Published By : Prameya-News7 Bureau | February 03, 2025 IST

ଭଦ୍ରକ ୦୩/୦୨: ଜିଲ୍ଲାପାଳ ଚାଷୀ ବେଶରେ ମଣ୍ଡିକୁ ଯିବା ଘଟଣା।  ଜିଲ୍ଲାପାଳଙ୍କ ପ୍ରତିକ୍ରିୟା, ଅଭିଯୋଗର ସତ୍ୟାସତ୍ୟ ପରିଖିବା ପାଇଁ ଯାଇଥିଲି । ସେ କହିଛନ୍ତି ୩ ଘଣ୍ଟା ଧରି ସେହି ଅଞ୍ଚଳରେ ବୁଲିଲୁ । ଚାଷୀଙ୍କ ଅଭିଯୋଗର ସତ୍ୟାସତ୍ୟ ପାଇଲି । ଆଜି ମିଳିବ କାରଣ ଦର୍ଶାଅ ନୋଟିସର ଉତ୍ତର । ଚାଷୀଙ୍କ ସହ ସରକାର ଓ ପ୍ରଶାସନ ଅଛନ୍ତି । ଅଭିଯୋଗ କରନ୍ତୁ , କାର୍ଯାନୁଷ୍ଠାନ ନିଶ୍ଚିତ ନେବୁ । 

ସୂଚନା ଥାଉକି, ସୋମବାର ସକାଳୁ ସକାଳୁ ଚାଷୀ ବେଶରେ ପହଞ୍ଚିଥିଲେ ଜିଲ୍ଲାପାଳ । ହାଫ୍ ପ୍ୟାଣ୍ଟ, ମୁଣ୍ଡରେ ଟୋପି, ମୁହଁରେ ମାସ୍କ ପିନ୍ଧି ବୁଲିଲେ ମଣ୍ଡି । ଚାଷୀ ବେଶରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧାମନଗର କଟସାହି  ସେବା ସମବାୟ ସମିତି ଦ୍ବାରା ଖୋଲା ଯାଇଥିବା ମଣ୍ଡିରେ ପହଞ୍ଚିଥିଲେ । 


ଭଦ୍ରକ ଜିଲ୍ଲାରେ ପ୍ରଶାସନର ବାରମ୍ବାର ତାଗିଦ୍‌ ସତ୍ତ୍ବେ ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ଅଭିଯୋଗ ହୋଇଥିଲା । ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟ୍‌ନୀ ଛଟ୍‌ନୀ କରୁଛନ୍ତି । ତେବେ ଅଭିଯୋଗର ସତ୍ୟତା ଜାଣିବା ପାଇଁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ । 

ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସୋସାଇଟି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଭଦ୍ରକ ଏଆରସିଏସ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.