କଣ୍ଟ୍ରାକ୍‌ଚୁଆଲ ଚାକିରି କରି କମ୍ ଦରମା ପାଉଥିବା ସରକାରୀ ଚାକିରିଆଙ୍କର କଟିବନି ରାସନ କାର୍ଡ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | January 31, 2025 IST

ଭୁବନେଶ୍ବର ୧: ୨୦ହଜାର ସରକାରୀ ଚାକିରିଆ ଫେରାଇଲେଣି ରାସନ କାର୍ଡ । ଏଭଳି ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତ୍ର, କଣ୍ଟ୍ରାକ୍‌ଚୁଆଲ ଚାକିରି କରି ୧୧ରୁ ୧୨ହଜାର ଦରମା ପାଉଥିବା ସରକାରୀ ଚାକିରିଆଙ୍କର କଟିବ ନାହିଁ ରାସନ କାର୍ଡ । ସ୍ୱଳ୍ପ ବେତନ ଭୋଗୀ କମ୍ ଦରମା ପାଉଥିଲେ କାର୍ଡ ଫେରାଇବା ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । NFS ନିୟମ ଅନୁସାରେ ଗ୍ରାମୀଣ ଅଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ଫେରାଇବେ ନାହିଁ ରାସନ କାର୍ଡ । ଯାହାର ୧୫ ହଜାର ଉପରେ ରୋଜଗାର ଥିବ ସେମାନେ ଫେରାଇବେ ରାସନ କାର୍ଡ । ଭଲ ଚାକିରି ବା ଭଲ ଦରମା ପାଉଥିବା କର୍ମଚାରୀ ଫେରାନ୍ତୁ ରାସନ କାର୍ଡ ବୋଲି ମନ୍ତ୍ରୀ ଅପିଲ୍ କରିଛନ୍ତି । 

ଦୁଇ ଦିନ ପୂର୍ବେ ୧୨ ହଜାର ସରକାରୀ ଚାକିରିଆ କାର୍ଡ ଫେରାଇଥିବା ବେଳେ ଆଜି ତାହା ୨୦ହଜାରରେ ପହଞ୍ଚିଲାଣି । କଣ୍ଟ୍ରାକ୍‌ଚୁଆଲ ଚାକିରି କରି ୧୧ରୁ ୧୨ହଜାର ଦରମା ପାଉଥିବା ସରକାରୀ ଚାକିରିଆଙ୍କର କଟିବ ନାହିଁ ରାସନ କାର୍ଡ । ସେମାନେ ରାସନ କାର୍ଡ ଫେରାଇବା ଆବଶ୍ୟକ ନାହିଁ । ସ୍ୱଳ୍ପ ବେତନ ଭୋଗୀ କମ୍ ଦରମା ପାଉଥିଲେ କାର୍ଡ ଫେରାଇବା ଆବଶ୍ୟକ ନାହିଁ । NFS ନିୟମ ଅନୁସାରେ ଗ୍ରାମୀଣ ଅଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ଫେରାଇବେ ନାହିଁ ରାସନ କାର୍ଡ । ଯାହାର ୧୫ ହଜାର ଉପରେ ରୋଜଗାର ଥିବ ସେମାନେ ଫେରାଇବେ ରାସନ କାର୍ଡ । ସବୁ ଜିଲ୍ଲାରୁ କାର୍ଡ ଫେରାଉଛନ୍ତି ଏବେ ବି ଫେରାଉଛନ୍ତି । ଯେଉଁମାନେ ଭଲ ଚାକିରି କରିଛନ୍ତି ସେମାନେ ଫେରାଇଦେବା ଉଚିତ । ବଡ଼ ବଡ଼ ଚାକିରିଆ କାର୍ଡ ନେଇଥିଲେ ଆମ କଥା ମାନିକି ଫେରାଇଦେଲେଣି । ଯେଉଁମାନେ ଫେରାଇବେ ନାହିଁ ପଛରେ ଧରାପଡିବେ ଆକ୍ସନ ନେବୁ ବୋଲି ମନ୍ତ୍ରୀ କହିଛନ୍ତି । ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ କେଓ୍ବାଇସି ହେବ । ଏହାପରେ ନୂତନ କାର୍ଡ ଦେବୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

You Can Read:

ଦୁଇ ବାଇକ୍ ମୁଁହାମୁହିଁ ଧକ୍କା : ୨ ଜଣଙ୍କ ମୃତ୍ୟୁ, ୩ ଗୁରୁତର ମେଡ଼ିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.