ରାଜ୍ୟବାସୀଙ୍କୁ ଯୋଗାଣ ବିଭାଗର ବଡ଼ ଉପହାର, ଜନ ପୋଷଣ କେନ୍ଦ୍ରରେ ରିହାତି ଦରରେ ମିଳିବ ରାସନ ସାମଗ୍ରୀ

Published By : Prameya-News7 Bureau | June 13, 2025 IST

ଭୁବନେଶ୍ବର ୧୩।୬: ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଯୋଗାଣ ବିଭାଗର ବଡ଼ ଉପହାର । ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର । ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦେବେ ସରକାର । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପୋଷଣ କେନ୍ଦ୍ରରେ ସବ୍‌ସିଡି ଦରରେ ମିଳିବ ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ । ପାଇଲଟ୍ ପ୍ରକଳ୍ପ ଭାବେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା । ମଧ୍ୟବିତ୍ତ ବର୍ଗ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଯୋଗ୍ୟତା ମାପଦଣ୍ଡ କ’ଣ ରହିବ ସେ ନେଇ ବିଭାଗ ଗାଇଡଲାଇନ ପ୍ରସ୍ତୁତ କରୁଛି । ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି । ତେବେ ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।


You Can Read:

ବାଲିଘାଟରେ ମାଇନିଂ ଅଫିସରଙ୍କୁ ବାଲିମାଫିଆଙ୍କ ଆକ୍ରମଣ, ମେସିନ୍ ଲଗାଇ ଉତ୍ତୋଳନ କରୁଥିଲେ ହଜାର ହଜାର ଟ୍ରିପ୍ ବାଲି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.